Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Comedy

3  

Ansuman Swain

Comedy

ଭାଉଜଙ୍କ ପାଇଁ ପଦେ

ଭାଉଜଙ୍କ ପାଇଁ ପଦେ

1 min
213


କେଉଁ ରୂପ ନେଇ ଫୁଲେଇ ହେଉଛ

  କୁହ ହେ ଭାଉଜ ମୋର

କେଉଁ ଧନ ପାଇଁ ହେଉଛ ବ୍ୟାକୁଳ

    ରହୁନାହିଁ ଥଳକୂଳ ।


ସୁନ୍ଦର ଶରୀର ପାଇଗଲ ବୋଲି

   ନିଜକୁ ଭାବୁଛ ଶ୍ରେଷ୍ଠ

ଗୁରୁଜନ ମୁଖେ ଜବାବ ଦେଉଛ

   ନିଇତି ଖୋଜୁଛ ନୋଟ ।


ରହି ନାହିଁ କେବେ ରହିବ ନାହିଁ ହେ

  ଯାହା ସବୁ ଅଛି ଆଜି

ନୂଆ ଦିନେ ଆଜ୍ଞା ହୋଇବ ପୁରୁଣା

  କେମିତି ଦଉଚି ହେଜି ।


କଥାରେ କଥାରେ କନ୍ଦେଇ ଦେଉଛ

  ରଖୁନ ମାନ ମହତ

କେଉଁ ଘର ଝିଅ କି ଶିକ୍ଷା ପାଇଛ

  ମିଛକୁ କରୁଛ ସତ ।


ଆମ ଶାଗ ପଖାଳ ବଡ଼ ଆମକୁ

  ଦୁଃଖକୁ ଭାବିଛୁ ସୁଖ

ଆମରି ଘର ଅଟେ ଭାବର ମନ୍ଦିର

 ମନେ ନାହିଁ କେବେ ଦୁଃଖ ।


ତମ ପାଦ ଦୁଇ ପଡିଲା ଦିନଠୁ

  ଲାଗୁଅଛି ଅସ୍ତ ବେସ୍ତ

ବନ୍ଧୁ ପ୍ରିୟ ଜନ ଭୁଲିତ ଯାଇଛୁ

  ମୁଖେ ନାହିଁ ଟିକେ ହସ ।


ନାରୀ ହୋଇ ତମେ କେମିତି ବୁଝୁନ

  ସ୍ନେହ ଶ୍ରଦ୍ଧା ଆଉ ପ୍ରେମ

କ୍ରୋଧରେ ଜଳୁଛ ହିଂସାରେ ସିଝୁଛ

   ପାଲଟିଛ ପାପୀ ସମ ।


ବେଳ ଥାଉ ଥାଉ ସୁଧୁରି ଯାଅ ହେ

   ଶାନ୍ତିରେ କଟିବ ଦିନ

କାହାକୁ ଠକୁଛ ଚିନ୍ତା କର ଆଗ

   ବୁଝିଯିବ ତମ ମନ ।


କିଛି ଲାଭ ନାହିଁ ଜର୍ଜରିତ ହୋଇ

   ପ୍ରଭୁଙ୍କର ନାମ ଜପ

ସଂସାର ପଥରେ ପଥିକଟେ ହୋଇ

  ସୁକର୍ମେରେ ପାଦ ଥାପ ।


ଆସିଅଛେ ଏକା ଯିବା ଆମେ ଏକା

  ଯିବେ ନାହିଁ ଆଉ କେହି

ଯେତେ ଦିନ ଯାଏ ଥିବ ଏହି ପ୍ରାଣ

   ହସିପାରିବାନି କାହିଁ ।


ଘରକୁ ଭାବିବା ମନ୍ଦିର ପରିକା

  ଗୁରୁଜନ ଦେବା ଦେବୀ

ହୃଦ ପୁଷ୍ପ ଦେଇ ସ୍ନେହ ଚନ୍ଦନରେ

ପୂଜିବା ଭକ୍ତିର ଅର୍ଘ୍ୟ ସମର୍ପି l



Rate this content
Log in

Similar oriya poem from Comedy