ଭାରତ ମାତାର ସୁଯୋଗ୍ୟ ସନ୍ତାନ
ଭାରତ ମାତାର ସୁଯୋଗ୍ୟ ସନ୍ତାନ
ଆମ ଏ ଦେଶର ସ୍ୱାଧୀନତା ସଂଗ୍ରାମୀ
ଥିଲେ ମହାତମା ଗାନ୍ଧୀ,
ତାଙ୍କରି ନେତୃତ୍ୱ ତାଙ୍କରି ଅହିଂସା
ଆମ ଠାରେ ଆଜି ବାନ୍ଧି l
ଜାତିର ପିତାଜୀ ଆମର ବାପୁଜୀ
ଭବେ ସେ ସୁପରିଚିତ,
ମହାନ ମାନବ ମହାତମା ଗାନ୍ଧୀ
ଉପାଧିରେ ବିଭୂଷିତ l
ଅହିଂସା ବଳରେ ଇଂରେଜୀଙ୍କ ଠାରୁ
ଆଣିଥିଲେ ସେ ସ୍ୱାଧୀନ,
କଳାଗୋରା ଭେଦ ଦୂର କରିବାକୁ
କରିଥିଲେ ଚେଷ୍ଟା ଆପ୍ରାଣ l
ଭାରତ ମାତାର ସୁଯୋଗ୍ୟ ସନ୍ତାନ
ଥିଲେ ଏହି ଦେଶ ପାଇଁ,
ଆନ୍ଦୋଳନ ଦ୍ୱାରା ଇଂରେଜୀଙ୍କ ସହ
କରିଥିଲେ ସେ ଲଢେଇ l
ଏହି ଦେଶ ପାଇଁ ସ୍ୱାଧୀନତା ଆଣି
ସେ ଥିଲେ ଜଗତଜିତା,
ତାଙ୍କ ଦେଶ ପ୍ରୀତି ଅହିଂସାର ନୀତି
ଦେଶ ପାଇଁ ଗୌରବତା l
ମହାତମା ଗାନ୍ଧୀ ଠିଆ ହୋଇ ଦିନେ
ବକତବ୍ୟ ଦେଉଥିଲେ,
ନାଥୁରାମଙ୍କର ବନ୍ଧୁକ ଗୁଳିରେ
ପ୍ରାଣ ବିସର୍ଜନ କଲେ l
ସେ ଆମକୁ ଛାଡି ଚାଲିଗଲେ ସତ
ତାଙ୍କ ପରି ଦିନେ ହେବା,
ଅହିଂସା ନୀତିକୁ ହୃଦୟରେ ବହି
ମଥାକୁ ଟେକି ଚାଳିବା ।
ଅହିଂସା ନୀତିର ପଥ ପଦର୍ଶକ
ହୋଇବା ଦିନେ ନା ଦିନେ
ତାଙ୍କରି ନାମକୁ ତୁଣ୍ଡରେ ଉଚ୍ଚାରୀ
ଗାଇବା ଆମେ ସ୍ଲୋଗାନେ l
ମହାନ ମାନବ ମହାତ୍ମା ଗାନ୍ଧୀ କି
ସମସ୍ତେ କହିବା ଜୟ,
ତାଙ୍କରି ନାମକୁ ତୁଣ୍ଡେ ଉଚ୍ଚାରିଲେ
ନ ଥିବ କାହାରି ଭୟ l
ତାଙ୍କ ପରି ଆମେ ଦେଶ ପାଇଁ ଦେବା
ହସି ହସି ନିଜ ପ୍ରାଣ,
ତାଙ୍କ ପରି ହେବା ସୁଯୋଗ୍ୟ ସନ୍ତାନ
ପକାଉଛୁ କହି ରାଣ l
