STORYMIRROR

Nrusingha Narayan Tripathy

Inspirational

3  

Nrusingha Narayan Tripathy

Inspirational

ଭାରତ ମାତା

ଭାରତ ମାତା

1 min
152

 (ରାଗ ଚୋଖି )

ଆମର ଦେଶ ଭାରତ ମାତୃଭୂମି ପୂଜ୍ୟ ସେତ

ହିମାଳୟ ଶ୍ରେଷ୍ଠ ଗିରି ମକୁଟ ତାର 

ଦକ୍ଷିଣ ଦିଗେ ସାଗର ଭାରତ ମହାସାଗର

ପାଦ ସ୍ପର୍ଶେ ପ୍ରତି କ୍ଷଣେ ଦେଶ ମାତାର

ନଦୀ ହ୍ରଦ ଦେହେ ଧରିଣ

ବିଶାଳ ଦେଶ ଆମର ସଂସାରେ ଜାଣ ll


ନାନା ଧର୍ମ ଭାଷା ଜାତି ବେଶ ଭୂଷା ଜନଜାତି

ଅନୈକ୍ୟ ରେ ଐକ୍ୟ ପୁଣି ଆମ ସଂସ୍କୃତି

ଦେବତ୍ୱର ଆମ ଦେଶ ପବିତ୍ର ଭାରତ ବର୍ଷ

ବିଶ୍ୱ ଦରବାରେ ସଦା ହୁଏ ଆଦୃତ୍ତି

ରଖ ସର୍ବେ ତାର ସମ୍ମାନ

ତାର ସେବା ପାଇଁ ଆମେ ଦେବାଟି ମନ ll


କେତେ ବୀର ନାରୀ ନର ରଖିଗଲେ ନାମ ତୋର

ନେତାଜୀ ସର୍ଦ୍ଦାର ଲାଲ ସେ ବାଲ ପାଲ

ବାଜି ଗୋପବନ୍ଧୁ ଗାନ୍ଧୀ ନାଇଡୁ ଇନ୍ଦିରା ଗାନ୍ଧୀ

 ମାତୃଭୂମି ଦେଶ ପାଇଁ ଯେ ପ୍ରାଣ ଦେଲ

ମହାନ ମୋ ଦେଶ ଭାରତ

ଗାଇବା ତାହାର ଗାଥା ପଢି ଅତୀତ ll


ସାର୍ବଭୌମ ଗଣତନ୍ତ୍ର ଦେଶ ସାଧାରଣତନ୍ତ୍ର

ଧର୍ମନିରପେକ୍ଷ ସେତ ସମାଜବାଦ

ସ୍ୱାଧୀନ ଦେଶ ଭାରତ ସମ୍ବିଧାନ ଯେ ବୃହତ

ଆଦର୍ଶ ଦେଶ ଆମର ମାନବବାଦ

କର୍ତ୍ତବ୍ୟରେ ଧ୍ୟାନ ଦେଇଣ

ଗଢିବା ସୁନ୍ଦର ଦେଶ ଦେଇ ଜୀବନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational