STORYMIRROR

Pareshchandra Das

Inspirational

3  

Pareshchandra Das

Inspirational

ଭାରତ ମାତା କି ଜୟ

ଭାରତ ମାତା କି ଜୟ

1 min
749

ଯା କୋଳେ ଜନମି ଯା କୋଳରେ ଖେଳି

   ସଂସାରେ ହୋଇଛି ଠିଆ ।

ସେହି ମୋ ଜନନୀ   ମୋ ଜନମ ଭୂମି

   ରଖିବି  ତାହାରି ନାଆଁ ।।

ଯା....କୋଳେ....

ଯାର ସବୁଜିମା      ନାହିଁ ତା ଉପମା

    ଗିରି ବନ ଭୂଇଁ ଶୋଭା ।

ତାର ନୀଳ ଉର୍ମୀ     ତାର ବେଳାଭୁମି

   ଆହା କେଡ଼େ ମନୋଲଭା ।

ଯା.....କୋଳେ....

ଯା ଦେହେ ଶୋଭିତ   ଅସଂଖ ମନ୍ଦିର

     ସୁକ୍ଷ୍ମ କାରୁକାର୍ଯ୍ୟ ଭରା ।

ଯା ପାଣି ପବନ     ମିଠା ଆଲିଙ୍ଗନ

     ପାଇ ହୁଏ ଆତ୍ମହରା ।।

ଯା....କୋଳେ....

ଯା ଧୂଳି ଚନ୍ଦନ      ଯା ଘନ କାନନ

     ଦିଅଇ ଶୀତଳ ବାଆ ।

ପାଳୁଛି ଯତନେ     ଫଳ ପୁଷ୍ପ ଦାନେ

    ସେହି ମୋର ମାଟି ମାଆ ।।

ଯା....କୋଳେ......

ଯା ପାଦେ ବହୁଛି      ଅନନ୍ତ ସାଗର

      ମୁକୁଟ ତା ହିମାଳୟ ।

ତାହାରି ଗୁଣକୁ      ନିତି ଗାଉ ଥିବି

     ଭାରତ ମାତା କି ଜୟ ।।

ଯା...କୋଳେ....


Rate this content
Log in

Similar oriya poem from Inspirational