STORYMIRROR

Santosh Pattnayak

Inspirational

2  

Santosh Pattnayak

Inspirational

ଭାଙ୍ଗିବା ଗଢ଼ିବା ସବୁସାଥେ ଜଗା...

ଭାଙ୍ଗିବା ଗଢ଼ିବା ସବୁସାଥେ ଜଗା...

1 min
13.5K



ମାଉସୀ ମାଆଙ୍କ ମନଟା ଉଛନ୍ନ

କାଳିଆକୁ କରି କୋଳ

ଭକତ ଆନନ୍ଦ କହିଲେ ନସରେ

ଅଦୃଶ୍ୟ ଶକ୍ତିର ଖେଳ....


ଶ୍ରୀମନ୍ଦିର ଆଜି ଶ୍ରୀହୀନ ଲାଗୁଛି

ନାହିଁ ଗହଳି ଚହଳି

ମାତା ସିନ୍ଧୁସୂତା ମାନସେ ବିତୃଷ୍ଣା

ଶ୍ରୀମୁଖକୁ ମନେ ଭାଳି....


ଆଦ୍ୟ ଅଭିମାନେ ଗଭୀର ଗୁମାନେ

ବ୍ୟଥା ସହି ବିରହର

ରଥକାଠ ଭାଙ୍ଗି ମୋହଚୁର୍ଣ୍ଣ ଫିଙ୍ଗି

ଫେରିଛନ୍ତି ଶ୍ରୀ ମନ୍ଦିର....


ଭାଙ୍ଗିବା ଗଢ଼ିବା ସବୁସାଥେ ଜଗା

ଦାରୁରୂପି ପରଂବ୍ରହ୍ମ

ରୂପ ସିନା ଭିନ୍ନ ଦୁହେଁ ଏକା ବ୍ରହ୍ମ

ଲକ୍ଷ୍ମୀ ହୃଦେ ଜନାର୍ଦ୍ଦନ....


ଲକ୍ଷ୍ମୀ ଅଭିମାନ ନେଇ

ମିଛେ ଅପବାଦ ସହି,,

ଲୀଳାମୟ ପ୍ରଭୁ ଲୀଳା ରଚିଛନ୍ତି

ସୁନ୍ଦର ବାର୍ତ୍ତାଟେ ଦେଇ....


ସଭ୍ୟତା ସଂସ୍କୃତି ଧ୍ୟାଇ

ସ୍ଥୁଳ ଶରୀରକୁ ସଞ୍ଜମରେ ରଖ

ଜଗତ କଲ୍ୟାଣ ପାଇଁ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational