ଭାଇ ଭଉଣୀର ଅତୁଟ ବନ୍ଧନ-ରାକ୍ଷୀ
ଭାଇ ଭଉଣୀର ଅତୁଟ ବନ୍ଧନ-ରାକ୍ଷୀ
ଶ୍ରାବଣମାସ ଗହ୍ମା ପୂର୍ଣ୍ଣିମାରେ
ରାକ୍ଷୀ ପର୍ବ ଆସିଥାଏ,
ଭାଇ ହାତରେ ବାନ୍ଧିବାକୁ ରାକ୍ଷୀ
ଭଉଣୀର ମନ ଥାଏ।
ସ୍ନେହର ଡୋରି ହୃଦୟେ ସାଇତି
ପ୍ରତୀକ୍ଷାରେ ଭାଇ ଥାଏ,
ବିପଦ ବେଳେ ସାହାଯ୍ୟ କରିବ
ଦୃଢତାରେ କହୁଥାଏ।
ଭଉଣୀ ବାନ୍ଧଇ ରେଶମଡୋରି
ସଭିଏଁ କହନ୍ତି ରାକ୍ଷୀ,
ସ୍ନେହ ଓ ମମତା, ଆତ୍ମ ବିଶ୍ୱାସ
ସଦା ରହିଥାଏ ସାକ୍ଷୀ ।
strong>
ଭାଇ ମଥାରେ ସିନ୍ଦୂର, ଚନ୍ଦନ
ଭଉଣୀ ଲଗାଇ ଦିଏ,
ରକ୍ତର ସମ୍ପର୍କ ନିବିଡ ରହୁ
ପ୍ରଭୁ ପାଦେ ଡାକି ଥାଏ।
ସୋଦର ଆଜି କରଇ ଶପଥ
ରଖିବ ଭଉଣୀ ମାନ,
ଆଞ୍ଚ ଆସିବାକୁ ଦେବ ନାହିଁ କେବେ
ଭଉଣୀର ସ୍ୱାଭିମାନ ।
ଏ ପୂଣ୍ୟ ତିଥିରେ ଜନମି ଥିଲେ
ପ୍ରଭୁ ବଳିଆ ଠାକୁର,
ଭଉଣୀ ଆଜି ଭାଇ ପାଇଁ ଲୋଡେ
ଶୁଭ ଆଶିଷ ତାଙ୍କର ।