Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tilottama Prusty

Tragedy

4  

Tilottama Prusty

Tragedy

ଭାଗ୍ୟର ଲିଖନ

ଭାଗ୍ୟର ଲିଖନ

1 min
335


କହରେ କାଳିଆ କେଉଁ ଆଶା ନେଇ

    କାହିଁକି ଡାକିବି ତୋତେ

ଜାଣିଶୁଣି ଭଙ୍ଗା ଦଦରା ଡଙ୍ଗାଟି

      ଧରାଇଦେଇଛି ମୋତେ ।


ଆଶା ନାହିଁ ମୋର ବଞ୍ଚିବାକୁ ଆଉ

      ଜୀବନ ସଂଗ୍ରାମେ ସତେ

କ୍ଲାନ୍ତ ଆଜି ମୁହିଁ ହୋପଡିଲାଣି

      ସଂସାରର ଏହି ପଥେ ।


ଭାଗ୍ୟର ଲିଖନ ଅଛି ଯଦି ମୋର

       ଭୋଗୁଛି ତ ଭୋଗୁଥିବି

କେଉଁ ଆଶା ନେଇ ତୋର ଭରାଷାରେ

        କାହିଁକି ତୋତେ ଡାକିବି ।


ପର କରି ଦେଲୁ ଆଜି ମୋତେ ତୁହି

        କହିଲୁନି ଆହା ପଦେ

ଗରିବ ବୋଲି ମୁଁ ତୁଟାଇ ଦେଲୁତୁ

     ସମ୍ପର୍କ ମୋହର ସାଥେ ।


ଗରିବ ଗଞ୍ଜନ ନାମତୁ ବହିଛୁ

        ମୋତେ କାହିଁ ପରକଲୁ

ଦୁଃଖ ଯଦି ମୋର ଭାଗ୍ୟ ଲେଖିଥିଲୁ

         ଜନମ କାହିଁକି ଦେଲୁ।



Rate this content
Log in

Similar oriya poem from Tragedy