STORYMIRROR

Sukanti Hotta

Abstract

3  

Sukanti Hotta

Abstract

ଭାଗ୍ୟର ଖେଳ

ଭାଗ୍ୟର ଖେଳ

1 min
11.5K

ଟେଲିଫୋନ ଅତି ମନ ଦୁଃଖରେ

ମୁହଁକୁ ଆମ୍ବିଳା କରି

ମୋବାଇଲକୁ ସ୍ୱାଗତ କରୁଛି

ଅନ୍ତରେ ବେଦନା ଧରି


ଦିନ ଥିଲା ମୋତେ ସବୁ ଖୋଜୁଥିଲେ

ସଭିଙ୍କର ପ୍ରିୟ ଥିଲି

ଟେବୁଲ ଉପରେ ଅତି ଯତନରେ

ଶୋଭା ବଢାଉଥିଲି


ଶହେକୋଷରୁ ଅଜା ସହ ଆଈ

ଖୁସି ଗପ କରୁଥିଲେ

ରିଙ୍ଗ ଶବ୍ଦକୁ ଅପେକ୍ଷା କରି

କୁରୁଳି ଉଠୁଥିଲେ


ଯେବେଠାରୁ ତୁ ମଞ୍ଚେ ପ୍ରବେଶିଲୁ

ପକେଟରେ ବୁଲିଲୁ

ମୋହର ଆଦର କମିକମି ଗଲା

ମୋତେ ତୁ ଦୁଃଖ ଦେଲୁ


ମଣିଷ ଗଳାର ହାର ବନିଥିଲି

ଏବେ ମୋ ଆଦର ନାହିଁ

ଭାଗ୍ୟକୁ ଆଦରି ଚୁପ ରହିଅଛି

ଅଳିଆରେ ପଡି ମୁଁହି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract