ଜୀବନେ ଭେଟିବାର ଥିଲା
ସକାଳର ଫୁଲର ଆଘାତ
ମଧ୍ୟାହ୍ନ ସାହିତ୍ୟ
ଜଳୁଥିବା ଅହରହ ସୂର୍ଯ୍ୟସ୍ନାତ
ଦିନରେ ଚକ ଚକ କରୁଥିବା ପ୍ରପାତ
ସାୟାହ୍ନର ଉଲକାପାତ
ରାତିର ଚନ୍ଦ୍ରଙ୍କ ଆପ୍ଲୁତ
ଭାଗ୍ୟର ଦ୍ୱାହିରେ ମିଳିଲା ଏସବୁତ
ରାତିର ଦୁଃଖ ଦୈନ୍ୟ ନିରାଶା ବହୁତ
ଦିନରେ କେତେ ମିଛ ସତ
ସହିବାର ସୀମା ଏପର୍ଯ୍ୟନ୍ତ
ଆଣିଦେଲା ପରାଗ ଗ୍ରହଣ ସୂର୍ଯ୍ୟାସ୍ତ
ଜୀଵନ ଅସ୍ତବ୍ୟସ୍ତ
ନିରୀହ ଚାହାଣୀ ହାଣି ଶିଶୁ ହେବାକୁ
ଭୟ ଲାଗୁଛି ବହୁତ
ବଡ଼ ହେଲେ ରଡ଼ରେ ଚାଲି କଷ୍ଟ ବହୁତ
ଏବେ ଏବେ ଜୀଵନ ସୂର୍ଯ୍ୟ ଓ ଚନ୍ଦ୍ର ଅସ୍ତମିତ
କେମିତି ଖାହାକୁ ଦେବି କଥା ଅନେଶତ
ଭାଗ୍ୟରେ ଶହେରୁ ଶହେ ଯନ୍ତ୍ରଣା ଅଛି ସତ
ଜୀଵନ ଲାଗୁଛି ଜୀ ବା ଭଳି ପର୍ଯ୍ୟାପ୍ତ
ଦୁଃଖ କଷ୍ଟ ଭଳି ନାକାରାତ୍ମକ ସବୁ
ଭାଗ୍ୟଫଳର ବିବେକମୋଦିତ
ମରି ମରି ଶିଖିଯିବା ଭଲ ଅନ୍ତତଃ
ବଞ୍ଚିବା ସାହାରା ନିଶ୍ଚିନ୍ତ ଅନୁମୋଦିତ