STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଭାବରେ ଭାବରେ ତୁମେ ଭାବଗ୍ରାହୀ

ଭାବରେ ଭାବରେ ତୁମେ ଭାବଗ୍ରାହୀ

1 min
391


ଭାବ ପ୍ରିୟ ପ୍ରଭୁ ତୁମେ ଭାବର ଠାକୁର

ଭକ୍ତ ପ୍ରିୟ ଭାବଗ୍ରାହୀ

ଭାବ ବିନୋଦିଆ ପ୍ରଭୁ ଭାବରେ ବିଭୋର

ଭକ୍ତ ହିତେ ଭକ୍ତ ପାଇଁ

ଭାବ-ବାରିଧିରେ ଭାସମାନ ଅବସ୍ଥାରେ

ଭାବ-ନାଉରୀ ଦର୍ଶନ

ଭାବଗ୍ରାହୀ ସହ ନିତ୍ୟ ରହିଥିଲେ ଭାବ

ଭବୁ ଉଦ୍ଧାର ନିଦାନ

ସ୍ଵୟଂ ଭାବ ପ୍ରିୟ ଭାବର ଠାକୁର ବିଜେ

ନୀଳାଚଳେ ଶ୍ରୀମନ୍ଦିରେ

ଭାବ ଥାଇ ଥରେ ହୃଦୟ ଚକ୍ଷୁରେ ଦେଖ

ରତନ ସିଂହାସନରେ

ଭାବ ଯୁଗ ଯୁଗରୁ ରହିଛି, ପୁଣି ରହିବ

ଭାବର ନବୀକରଣ 

ଅଭାବ ହେଲେ ବି ଜୀବନ ଚଲା ପଥରେ

ଭକ୍ତି ଭାବ ପ୍ରୟୋଜନ

ସତ୍ୟରେ ପ୍ରହଲ୍ଲାଦ ଭାବ ଭକ୍ତିରେ ପୂଜିଲା

ଖମ୍ବରେ ହୋଇଲେ ଉଭା

ହିରଣ୍ୟ କଶ୍ୟପ ବିଦାରିତ ହେଲା ବେଳେ

ନରସିଂହ ରୂପୀ ଆଭା 

ତ୍ରେତୟାରେ ଅବତାର ଶ୍ରୀରାମ ରୂପରେ

ଅଭାବ କଷଣ ସହି

ଭାବରେ ଶବରୀ ଅଇଁଠା କୋଳି ଖାଇଲେ

ଭାବର ଅଇଁଠା ସେହି

ଦ୍ଵାପର ରେ କୃଷ୍ଣ ଲୀଳା ଗୋପ ପୁରେ ଭାବ

ଦ୍ଵାରକା ରେ ଅଭାବ

ଭାବ ବିହୁନେ ଶ୍ରୀରାଧା ମ୍ରିୟମାଣ ହେଲେ 

କୃଷ୍ଣଙ୍କ ରାଧା ଅଭାବ

ଶ୍ରୀକ୍ଷେତ୍ରେ ଦାସିଆ, ବନ୍ଧୁ ମହାନ୍ତିଙ୍କ ଭାବ

ପୁଣି ସାଲବେଗ ଭକ୍ତି

ଭାବର ବାରିଧି ଭାବଗ୍ରାହୀ କରୁଣା ବାରିଧି

ସେତେ ଭାବ ଯେତେ ଭକ୍ତି


ଭାବରେ ନିକଟ, ଅଭାବରେ ବହୁ ଦୂର

ଭକ୍ତ ପ୍ରିୟ ଭାବଗ୍ରାହୀ

ଯୁଗ ଯୁଗ ଧରି ଭକ୍ତ ପ୍ରିୟ ଭାବଗ୍ରାହୀ

ଭକ୍ତ ହିତେ ଛନ୍ତି ରହି

ହୃଦେ ଭକ୍ତି ପୂର୍ଣ୍ଣ ଭାବ ଅବା ବନ୍ଧୁ ଭାବ

ପରଖନ୍ତି ଭାବଗ୍ରାହୀ

ଅନ୍ତର୍ଯ୍ୟାମୀ ଭକ୍ତ ଅନ୍ତରର ଭକ୍ତି ଭାବ 

ନିରେଖି ଦେଖନ୍ତି ରହି

ଭାବଗ୍ରାହୀଙ୍କ ଦର୍ଶନ ମିଳିବ ସତ୍ଵର

ଯଦି ହୃଦେ ଭକ୍ତି ଭାବ

ଭକତ ତା' ପିତାମାତା ଭକତ ତା' ବନ୍ଧୁ

ଭକ୍ତ ପ୍ରତି ପ୍ରେମ ଭାବ

ଭକତ ନିମନ୍ତେ ତା'ର ନାମ କୃପାସିନ୍ଧୁ

ଭକ୍ତ ବନ୍ଧୁ ଦୀନବନ୍ଧୁ 

ଭକତ ହିତରେ ଯା'ର ସଦା ଅନୁଧ୍ୟାନ

ସେଇ ପ୍ରଭୁ ବ୍ରଜବନ୍ଧୁ

ଭକତ ନିମନ୍ତେ ଶଙ୍ଖ ଓ ଚକ୍ର ଧାରଣ

ଭାବ ନୌକା ଧରି ଯିବା ନୀଳାଚଳ ଧାମ

ଦେଖିବା ଭାବ-ପ୍ରବର

ଶ୍ରୀରାଧା କୃଷ୍ଣଙ୍କ ଆଲିଙ୍ଗନ ଭଙ୍ଗୀ ସହ

କଳା ପ୍ରିୟ ଶ୍ରୀମୁଖ ର



Rate this content
Log in

Similar oriya poem from Abstract