Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଭାବମୟ ବିଦୁର

ଭାବମୟ ବିଦୁର

1 min
117


ବିଦୁର ନ ଥିଲେ ବଧିର

ଭାଇ ତାର ଥିଲେ ଅନ୍ଧ

ସମୁଳେ ବଂଶକୁ କରି ଦେଲେ ବଦ୍ଧ

ଛାପ ଥିଲା ତାଙ୍କ କୃପଣ ତାର

ବିଦୁରଙ୍କ ପାଶେ ବହୁ ଜ୍ଞାନ ଥିଲା

ଜ୍ଞାନ ନେତ୍ରେ ଦେଖୁଥିଲେ ରୂପ ପରଂବ୍ରହ୍ମଙ୍କର

ସେ ନିଜେ ଥିଲେ ଧର୍ମର ଅବତାର ।

        

ବିଦୁର ଥିଲେ ସୁଧାର

ପୁତୁରା ତାଙ୍କର ବହୁ ଦୁଷ୍ଟ

କୁ ବୁଦ୍ଧି କୁବଳ କୁ ଧରି ହେଲା ସେ ନଷ୍ଟ

କୃଷ୍ଣଙ୍କୁ ମାନେନି, ଖଳ ନାୟକ ଥଲା ମହାଭାରତର

ବିଦୁରଙ୍କର କଥାକୁ ନ ମାନି

ସବୁ କରିଦେଲା ଛାରଖାର 

      

ବିଦୁର ଥିଲେ ଦରିଦ୍ର

ମା ତାଙ୍କ ଥିଲେ ଦାସୀ

ଧନୀକ ବଂଶରେ ବାହା ହେଲେ ପଶି

ଦୟା ଧର୍ମ ପାଇଁ ସର୍ବଦା ଥିଲା

ପିତା ମହ ଭୀଷ୍ମଙ୍କ ନଜର

ବିଦୁର କେବଳ ତାଙ୍କୁ ମାନୁଥିଲେ

ସେ ଥିଲେ କରୁଣାବତାର

ଆଉ କରୁଥିଲେ ବହୁ ଆଦର ।

      

ବିଦୁର ଥିଲେ ସଖାପ୍ରେମୀ

ସଖା କୃଷ୍ଣ ଥିଲେ ଜଗତେ ଧନି

ପ୍ରେମୀ କୁ ପରୀକ୍ଷା କରୁଥିଲେ ସବୁ ତ ଯାଣି

ଉପବାସ ରହି ସାଗ ଭଜା ଦେଇ

ମନ କିଣି ନେଲେ ତାଙ୍କର

ସଖା ନ ଦେଲେ ବି କିଛି, ମୁଁ କିମ୍ପା ମାଗିବି

ସେତ ଶ୍ରେଷ୍ଠଙ୍କ ଶ୍ରେଷ୍ଠ ସବୁ ଦାତାଙ୍କର ।

     

ବିଦୁର ଥିଲେ ଜ୍ଞାନୀ

ଜେଜେ ବାପା ବ୍ୟାସ ଥିଲେ ମହାନ ଜ୍ଞାନୀ

ନାତି ଅଣନାତି ପଣ ନାତି

ସବୁ ନାଶ ହେଲେ ତାଙ୍କ କଥା ନମାନି

ପୁର୍ବୁ ସବୁ ଜାଣିଥିଲେ ବ୍ୟାସ ଙ୍କ କୃତ ମହାକାବ୍ୟ ରୁ ନମ୍ରତା, ଦୟା, ଦାନ, ଧ୍ୟାନ, ଜପ, ତପ,

ସବୁ ପରିପୂର୍ଣ୍ଣ ଥିଲା ତାଙ୍କର.

ୟେ ମହାଭାରତର ଚରିତ

ଭାବ ମୟ ବିଦୁର ଙ୍କର ।


Rate this content
Log in

Similar oriya poem from Inspirational