STORYMIRROR

Sandhya Rani Panigrahy

Romance

3  

Sandhya Rani Panigrahy

Romance

ଭାବ ସୂରୁଜ ଓ କୁମୁଦିନୀ

ଭାବ ସୂରୁଜ ଓ କୁମୁଦିନୀ

1 min
317

ସୂରୁଜଟା ଆସେ

ଆଉ ତାକୁ ଦେଖି କୁମୁଦିନୀ ହସେ

କେତେ ଦୂରେ ଛୁଇଁ ପାରେନା

ହେଲେ ଦେଖିବାକୁ କଣ ଭଲଲାଗେନା

ଦେଖିବାର ଲୋଭ ଏଡାଇ ହୁଏନା

ଆଉ ତାର ପ୍ରଖର ଭଲପାଇବା ନୁହେଁ ଛଳନା

ତୁନି ତୁନି କଥା ସୁର କିଏ ଆଉ ଶୁଣିପାରେନା

ସେ ଗୀତ ଛନ୍ଦ ସବୁ ତାରି ପାଇଁ କଣ ବୁଝିହୁଏନା

ଦୂରେ ଥାଇ ହାତ ଠାରେ ପାଖେ ପାଇବା ପାଇଁ

ଟିକିଏ ଛୁଇଁବାର ପରଶର ପ୍ରଲୋଭନ ଫାନ୍ଦ ନେଇ

ଚଚ୍ଚିର୍ତ ଗଲ୍ପଟିର ବେନାମୀ ନାଟ୍ୟକାର ତାରି ପାଇଁ

 ଶୁଣିନିଏ ବୁଝିଯାଏ ଚୁପ୍ ଚାପ୍ ଏ ଅଧିରା କିଛି ନ କହି

 ଚାନ୍ଦଟା ଯେ ଚାହୁଁ ଚାହୁଁ ରାତି କେତେ ହେଲାଣି

 ମଉଲି ନାହିଁ ଆଶା ଟିକିଏ ଚିମୁଟାଏ ଆବେଗ କଣ ନାହିଁ

 ସବୁ ଚୁପ୍ ଚାପ୍ ଚୁକ୍ତି ଚୁପ୍ ରହିବାରେ କେବଲ ଏ ଆଖି ଦେଖିବାରେ

 କିଛି କଥା ସତରେ ବୁଝିହୁଏ ଖୁବ୍ ନୀରବ ରହି ନିରୁତ୍ତରରେ

 ନୀରବର ଭାଷା ଆଖି ବୁଝିଯାଏ ଆଉ କିଛି ରହିଯାଏ

 ଓଠ ନ ଖୋଲି ବି ସତରେ ଯେମିତି ପାଖକୁ ଆଉଜି ନିଏ

  ସ୍ପନ୍ଦନ ଯେମିତି ପାଶେ ପାଶେ ରହେ ଉଦାସୀ ଆକାଶର ଝଡ

  ଏବେ ଯେ ବରଷିବ ଭିଜି ବୁଡାଇବ ଅଗଣା ଆଉ ବାରି ଘର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance