ବଗୁଲା ଭଗତ
ବଗୁଲା ଭଗତ
ତଟୀନୀ ତଟରେ ଦେଖ ଦେଖ ଏକ
ବସିଛି ସୁଧାର ପକ୍ଷୀ l
ଶାନ୍ତ ସୁନ୍ଦର ସୁଶୀଳ ପ୍ରାଣୀଟି ବେକ
ଦେଇଅଛି ଟେକି ll
ଧୋବ ଫର ଫର ଚେହେରା ତାହାର
ମୁଣ୍ଡରେ ଗୋଟିଏ ଜଟ l
ନୀରବ ନିଶ୍ଚଳେ ଧ୍ୟାନେ ବସିଅଛି
ଯେସନେ ସାଧୁଙ୍କ ଚିତ୍ତ ll
କଅଁଳେ କଅଁଳେ ମୀନଗଣେ ଡାକି
କହୁଅଛି ଶୁଣ ଭାଈ l
ବୁଡ଼ି ରହିଅଛ କିଆଁ ତୁମେ ସବୁ
ଜଳ ମଧ୍ୟେ କଷ୍ଟ ସହି ll
ତୁମ୍ଭ ଦୁଃଖ ଦେଖି ସହି ନ ପାରଇ
ମୋହର ଏ ସାଧୁ ଚିତ୍ତ l
ବନ୍ଧୁ ମୁଁ ତୁମ୍ଭର ଆସ ଆସ ଥରେ
କୋଳା କୋଳି ହେବା ମିତ ll
ସିଙ୍ଗି ମାଛଟିଏ ଉତ୍ତରେ ବୋଇଲା
ଧନ୍ୟବାଦ ଭାଇ ବକ l
ଜଣାଅଛି ତୁମ୍ଭେ ସାଧୁ ନୁହଁ ଏକ
ଧୋବ ଧାଉଳିଆ ଠକ ll
ମଉନ ମୁରତି ବସିଅଛ ଭାଈ
ବେକ ଲମ୍ବା,ଲମ୍ବା ଥଣ୍ଟ l
ବାବାଜୀ ହୋଇଛ ଜାଣୁ କିନ୍ତୁ ଆମ୍ଭେ
ତୁମେଟି ପୁରୁଣା ଖଣ୍ଟ ll
ଉପରକୁ ତୁମେ ଧୋବ ଧାଉଳିଆ
କୁଟରେ ଭରିଛି ପେଟ l
ତୁମ୍ଭ ପରା ଯେତେ ଚତୁର ଠକଙ୍କୁ
ଦୂରୁ କରୁ ଦଣ୍ଡବତ ll
ବଗୁଲା ବଇଠା ନଦୀକେ କିନାରେ
ଚୂନ ଚୂନ ମାଛ ଖାଏ l
ସିନଗି ମଛଲୀ କାଣ୍ଟା ଲଗେ ଜବ
ତଡ଼ପ ତଡ଼ପ ଯାଏ ll
