STORYMIRROR

Kishore Nayak

Children

3  

Kishore Nayak

Children

ବଗ-ବଗୁଲୀ

ବଗ-ବଗୁଲୀ

1 min
403


ନୀଳ ଆକାଶେ ଦରିଆ ପାଶେ 

             ବଗ-ବଗୁଲୀ ଦୁଇ 

ଯାଆନ୍ତି ଉଡି ଡେଣାକୁ ଝାଡ଼ି 

            ଖୁସିରେ ଗୀତ ଗାଇ ll

ପଶ୍ଚିମ ଦିଗେ ଗଲେଣି ରବି 

             ସଞ୍ଜ ଆସଇ ନଇଁ 

ବଗୁଲୀ କହେ ବଗକୁ ଡାକି 

             ସଅଳ ଚାଲ ଧାଇଁ ll

ଧରିବା ମୀନ ଦରିଆ କୂଳେ 

            ବେଳ ଯାଉଛି ଗଡି 

କଳା ହାଣ୍ଡିଆ ମେଘ ଆକାଶେ 

           ଆସୁଛି ଦେଖ ମାଡି ll

ବଗୁଲୀ କଥା ଶୁଣିଣ ବଗ 

           ଝାଡ଼ଇ ତା'ର ପର 

ବାଟ ଅନ୍ଧାର ହେଲାଣି ଦେଖି 

            ହୁଅଇ ତର ତର ll

ଧରିଲେ ମୀନ ଦରିଆ କୂଳୁ 

           ବଗ-ବଗୁଲୀ ଦୁଇ 

ବେଳ ସରିକି ଧରିଲେ ଘର 

         ଖୁସିରେ ସାଙ୍ଗ ହୋଇ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children