ବେଶି ଭଲଲାଗେ
ବେଶି ଭଲଲାଗେ
ମୋତେ ବେଶି ଭଲ ଲାଗେ
ତୁମର ସେ ନରମ ଚାହାଁଣି
ଆଉ ଅଳ୍ପ ଅଳ୍ପ ହସ ,
ତା'ଠୁ ବେଶି ଭଲ ଲାଗେ
ତୁମର ସେ ମିଠା ମିଠା କଥା
ଆଉ ପ୍ରେମବୋଳା ସ୍ପର୍ଶ ।
ତୁମେ ତ ଆଉ କେହି ନୁହଁ
ମୋ ସ୍ମୃତି ବଗିଚାର
ଚାରା ଗଛଟିଏ ,
ମୁଁ କିନ୍ତୁ ତୁମ ପାଇଁ
ସଦ୍ୟ ଫୁଟା
ଗୋଲାପ କଢ଼ିଟିଏ ।
ତୁମେ ମୋ ସ୍ମୃତିର
ଅଲିଭା ଦାଗ
ମୋ ସ୍ମୃତି ଆକାଶର ,
ତୁମେ ଏକ ମୁକ୍ତ ବିହଙ୍ଗ
ମୋ ସ୍ୱପ୍ନ
ରାଜ ପ୍ରାସାଦର ।
ତୁମେ ମୋ ସ୍ୱପ୍ନ ନାୟକ
ମୋ ରକ୍ତାଭ
ଜୀବନର ,
ତୁମେ ପରା ମୋ
କାବ୍ୟ ନାୟକ
ମୋ ଜୀବନ ଅଖଣ୍ଡ କାବ୍ୟର ।
ତୁମେ ମୋ କାନଭାସର ଫର୍ଦ୍ଦ
ମୋ ସ୍ମୃତି
ରାଇଜର ,
ମୋ ପାଇଁ ତୁମେ କିନ୍ତୁ
ଆଶା ଓ ଆଶଙ୍କାର
ସୁନୀଳ ସାଗର ।
ଏହିଭଳି ଅନେକ ରାତି
ଖାଲି ମୋ
ସ୍ୱପ୍ନରେ ବିତିଗଲା ,
ଏହିଭଳି ସ୍ମୃତିର ଅନେକ ଦୁଃଖ
ଆଜି ହସରେ
ଭଟ୍ଟା ପଡ଼ିଗଲା ।
ଏବେ ଏଭଳି ରାତି
ଦୁଃଖରେ
ପାହାଡ଼ ପାଲଟିଛି ,
ଏଭଳି ଅନେକ ମୁହୂର୍ତ୍ତ
ହସକୁ ଅପେକ୍ଷା କରି
କେଉଁଠି ବା ଅଟକି ଯାଇଛି ?
ତଥାପି ଭଲ ଲାଗେ
ଭାବିବାକୁ
ନିରୋଳା ରାତ୍ରୀରେ ,
ଚାହେଁ ମୁଁ ହଜି ଯିବାକୁ
ତୁମର ସେ
ନରମ ଚାହାଁଣୀରେ ।

