Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Children

4.0  

Pranati Panda

Children

ବେଳୁ ହେବା ସାବଧାନ

ବେଳୁ ହେବା ସାବଧାନ

1 min
167



ପରିବେଶ ଆଜି ରୁଗ୍ଣ ହୋଇଅଛି

ଅବିବେକୀ ଜନ ପାଇଁ ,

ଜଳ ଓ ଜଙ୍ଗଲ ମାନବ ସମ୍ବଳ

ଏକଥା ଚିନ୍ତଇ ନାହିଁ ।


ସ୍ବାର୍ଥ ଲାଗି ସବୁ ସଫା କରୁଅଛି

ସଡ଼କ ଓ କୋଠା ପାଇଁ ,

ଅଙ୍ଗାରକାମ୍ଳ'ଟି ବାୟୁରେ ବଢୁଛି

ରକ୍ଷା ନାହିଁ ରକ୍ଷା ନାହିଁ ।


ପ୍ଲାଷ୍ଟିକ ଯେବେଠୁ ବ୍ୟବହାର କଲା

ବିଷ ଭରିଲା ଜଗତେ ,

କେତେ ପଶୁଙ୍କର ଜୀବନ ଯାଉଛି

କିଏ'ବା ଭାବୁଛି ସତେ ?


କଳ , କାରଖାନା , ବିଷାକ୍ତ ଦରବ

ନିଷ୍କାସିତ ହୁଏ ଜଳେ ,

ବ୍ୟବହୃତ ସେହି ଜଳ ସମ୍ପଦରେ

କ୍ୟାନ୍ସର ରୋଗ ଟି ମିଳେ।


ଲାଗିପଡ଼ ତୁମେ କିଶୋର କଳିକା

ଶୁଖିଲାଣି ଜଳସ୍ତର ,

ଜଳ ଓ ଜୀବନ ସମ୍ପଦ ସୁରକ୍ଷା

ପଡ଼ିଲାଣି ଦରକାର ।


ନିଜର ଗୋଡ଼ରେ ନିଜେ କୁରାଢିଟି

ମଣିଷ ମାରୁଛି ବସି ,

ବେଳୁ ସାବଧାନ ନ'ହୋଇଲେ ପିଲେ

ହଜିଯିବ ହସ , ଖୁସି ।




Rate this content
Log in

Similar oriya poem from Children