ବେଳହୁଁ ଗୋବିନ୍ଦ ସୁମର
ବେଳହୁଁ ଗୋବିନ୍ଦ ସୁମର
ଅନ୍ୟ ଜୀବଜନ୍ତୁ ପ୍ରାୟତଃ ଅଜ୍ଞାତ
ଜୀବ ମୁକ୍ତିର କାରଣ
ମଣିଷ ସହଜେ ଜ୍ଞାନ ବଳେ ଜ୍ଞାତ
ପ୍ରାୟ ହିତାହିତ ଜ୍ଞାନ
ଜ୍ଞାନର ଆଧାର ଯଦିଓ ଗୋବିନ୍ଦ
ନାହିଁ ଗୋବିନ୍ଦଙ୍କ ଚିନ୍ତା
ଜୀବନ ଜଞ୍ଜାଳ ବେଳ ବି ଅଭାବ
ମଣିଷର ଖୋଲା କଥା
ମଣିଷ ନିଜର ଜୀବନ,ବିଚାର
ନିଜସ୍ୱ ଚିନ୍ତା ଶୈଳୀରେ
ଗୋବିନ୍ଦଙ୍କ ନାମ ଭୁଲି ଯାଏ ଆପେ
ଜୀବନ ଗତି ପଥରେ
ଶୈଶବ ରୁ ବୃଦ୍ଧ ଅବସ୍ଥା କ୍ରମଶଃ
ଜୀବନ ଜଞ୍ଜାଳ ଧାରେ
ଗୋବନ୍ଦଙ୍କ ନାମ ହେଉନି ସ୍ମରଣ
ବେଳ ଅବା ଅବେଳରେ
ବେଳ ଥାଉ ଥାଉ ଗୋବିନ୍ଦ ସ୍ମରଣ
ଜୀବ ମୁକ୍ତିର ଉପାୟ
ଗୋବିନ୍ଦ ଭଜନ ଚିନ୍ତନ ମନନ
ବଳେ ଚିତ୍ତ ଶୁଦ୍ଧି ପ୍ରାୟ
ଗୋବିନ୍ଦ ଶବ୍ଦର ଭାଗବତ ଅର୍ଥ
ନାନା ମୁନି ନାନା ମତେ
ଭାବାର୍ଥ ବି ପରିବେଷଣ ହୋଇଛି
ଭିନ୍ନ ଭିନ୍ନ ସରଳାର୍ଥେ
ପୂଜା ଓ ସଂକଳ୍ପ ସମୟେ ଯେପରି
ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବ୍ୟକ୍ତ
ତ୍ରିବାର ଗୋବିନ୍ଦ ଉଚ୍ଚାରି ସେପରି
ହୁଏ ଭାବ ସମ୍ପାଦିତ
ବ୍ରଜ ନାରୀ ସମ ଭାବ ରଖି ଭକ୍ତ
ଭଜିଲେ ହୃଦେ ଗୋବିନ୍ଦ
ପ୍ରତି ଗୋବିନ୍ଦ ଶବ୍ଦରେ ଝରି ଥାଏ
ମଧୁ ରସ ମକରନ୍ଦ
ଗୋବିନ୍ଦ ଶବ୍ଦର ଭାଗବତ ଅର୍ଥ
ନାନା ମୁନି ନାନା ମତେ
ଭାବାର୍ଥ ବି ପରିବେଷଣ ହୋଇଛି
ଭିନ୍ନ ଭିନ୍ନ ସରଳାର୍ଥେ
ପୂଜା ସଂକଳ୍ପ ସମୟରେ ଯେପରି
ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବ୍ୟକ୍ତ
ତ୍ରିବାର ଗୋବିନ୍ଦ ଉଚ୍ଚାରି ସେପରି
ହୁଏ ଭାବ ସମ୍ପାଦିତ
ବ୍ରଜ ନାରୀ ସମ ଭାବ ରଖି ଭକ୍ତ
ଭଜିଲେ ହୃଦେ ଗୋବିନ୍ଦ
ପ୍ରତି ଗୋବିନ୍ଦ ଶବ୍ଦରେ ଝରି ଥାଏ
ମଧୁ ରସ ମକରନ୍ଦ
ଓଡ଼ିଆ ଭାଗବତର ରଚୟିତା
ଅତିବଡି ଜଗନ୍ନାଥ
ନବାକ୍ଷରୀ ବୃତ୍ତେ ରଚନା ହୋଇଛି
ଭଗବଦ୍ କଥାମୃତ
ଓଡ଼ିଆ ଭାଷାରେ ଲିପିବଦ୍ଧ କଲେ
ଅତିବଡ଼ି ଜଗନ୍ନାଥ
ଭାଗବତ ନିଜେ ପଢ଼ି ଶୁଣାଇଲେ
ରହି ମନ୍ଦିର ବେଢ଼ାରେ
ତତ୍କାଳୀନ ପଣ୍ଡା-ମାନଙ୍କ ବିରୋଧ
ନବାକ୍ଷରୀ ବୃତ୍ତ ଧାରେ
ଶ୍ରୀଜଗନ୍ନାଥଙ୍କର ଶରଣାପର୍ଣ୍ଣ
ହେଲେ ଜଗନ୍ନାଥ ଦାସ
ହୃଦୟେ ସୁମରି ପ୍ରଭୁଙ୍କ ମହିମା
କୃପା ଭିକ୍ଷା କଲେ ଆଶ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ତ୍ରିବାର
ଯୋଡ଼ି ଶାସ୍ତ୍ର ଯୋଗ୍ୟ ପଦ
ସ୍ଵୀକୃତି ପ୍ରଦାନ କଲେ ଜଗନ୍ନାଥ
ଗୋବିନ୍ଦ ହିଁ ମକରନ୍ଦ
ଭାଗବତ ଗୋପ ଲୀଳା ବର୍ଣ୍ଣନାରେ
ସହଜେ ଅଛି ବର୍ଣ୍ଣନ
ତପ ବଳେ ଷୋଳ ସହସ୍ର ତପସ୍ୱୀ
ଗୋପ ନାରୀ ରୂପେ ଜନ୍ମ
ଭକ୍ତଙ୍କ ଅଭିଷ୍ଠ ପୂରଣ ଉଦ୍ଦେଶ୍ୟ
ଗୋବିନ୍ଦ ରଚିଲେ ଲୀଳା
ବ୍ରଜ ନାରୀ ରୂପୀ ମୁନି ଗଣ ମେଳେ
ମକରନ୍ଦ ଝରି ଥିଲା
ଗୋବିନ୍ଦ ଶବ୍ଦର କଲେ ବିବେଚନା
ଶରୀର ତତ୍ତ୍ଵ ଆକାରେ
"ଗୋ" ଅର୍ଥ ଗାଈ, ପୁଣି ଅଟେ ଇନ୍ଦ୍ରିୟ
ଆଧ୍ୟାତ୍ମିକତା କ୍ଷେତ୍ରରେ
ଗୋବିନ୍ଦ ଶବ୍ଦରେ ମିଶି ଥିବା '' ବିନ୍ଦ "
କେନ୍ଦ୍ର ବିନ୍ଦୁକୁ ବୁଝାଏ
ଇନ୍ଦ୍ରିୟ ମାନଙ୍କ ଶକ୍ତିଦାତା ଆତ୍ମା
ପରମାତ୍ମା ବୁଝା ଯାଏ
ଗୋବିନ୍ଦ ପଦ ରୁ ଝରେ ମକରନ୍ଦ
ପାନ କଲେ ବ୍ରଜ ନାରୀ
ସେହି ବ୍ରଜ-ନାରୀ ରୂପୀ ମୁନି ଗଣ
ଭବରୁ ଗଲେ ଉଦ୍ଧରି
ବେଳହୁଁ ଗୋବିନ୍ଦ ସ୍ମରଣ ବିଧେୟ
ଗଡି ଯାଉଅଛି ବେଳ
ହେଲେ ହେଉ ଥାଉ ଜୀବନ ଜଞ୍ଜାଳ
ଗୋବିନ୍ଦ ହିଁ ଅନୁକୂଳ
