ବଦଳିଗଲାଣି ପରିଚୟ
ବଦଳିଗଲାଣି ପରିଚୟ
ପାଲିଙ୍କିରେ ବସି ଯାଉନାହିଁ ବର
ଚାଲୁନି ସବାରୀ ଧୀରେ ଧୀରେ
କାନ୍ଦୁ ନାହିଁ ଝିଅ ଦଉଡ଼ି ଦଉଡ଼ି
ବାପଘରୁ ଯାଏ ଶାଶୁଘରେ ।
ଦେଉନି ଓଢ଼ଣୀ ଲୁଚାଉନି ମୁହଁ
ହେଉଛି ମଣ୍ଡପ ସାଜସଜ୍ଜା
ଉପହାର ଧରି ଆସନ୍ତି ଅତିଥି
ଜମେ ଭୋଜିଭାତ ବ୍ୟାଣ୍ଡ ବାଜା ।
ତର ନାହିଁ ଆଉ ଉଚ୍ଚ ଶିକ୍ଷିତାଙ୍କୁ
କୁଳ ଭୂଆସୁଣୀ ହେବା ପାଇଁ
ଶାଶୂ ଓ ଶ୍ୱଶୁର ଦିଅର ନଣନ୍ଦ
ଏତେ ସପନକୁ ରାତି ନାହିଁ ।
ସେବା ତ୍ୟାଗ ଭକ୍ତି ଆଦର୍ଶ ସ୍ୱଭାବ
ଭରସା ଆତ୍ମ ବିଶ୍ୱାସ
ମଣିଷ ସମାଜେ ହେଉଛି ବିରଳ
ବାଳବୃଦ୍ଧ ହୁଏ ହାହୁତାଶ ।
ବଦଳି ଗଲାଣି ପରିବାର ସଂଜ୍ଞା
ନାମମାତ୍ର ଶୁଭ ପରିଣୟ
ମାତ୍ର ପତିପତ୍ନୀ ଆତ୍ମସୁଖ ସ୍ୱ।ର୍ଥ
ଏହି ପରିବାର ପରିଚୟ ।
ଅନ୍ଧ ଭାବେ ସର୍ବେ ଧାବନ୍ତି ପାଶ୍ଚାତ୍ୟେ
ସାଂସ୍କୃତିକ ଘୋର ଅବକ୍ଷୟ
ବଦଳି ଗଲାଣି ସମାଜ ଚଳନୀ
ବଦଳିଗଲାଣି ପରିଚୟ ।
