Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Abstract

4  

Mamatamanjari Das

Abstract

ବଦଳେ ପ୍ରକୃତି ରୂପ

ବଦଳେ ପ୍ରକୃତି ରୂପ

1 min
344


କ୍ଷଣେ କ୍ଷଣେ ଯହିଁ ବଦଳି ଯାଉଛି

ପ୍ରକୃତିର ରୂପ ରେଖ

କାଲି ଯିଏ ଥିଲା ସବୁଜ ବନାନୀ

ଆଜି ସେଠି ଅଟ୍ଟାଳିକା ।


କଳ କାରଖାନା ବଢି ବଢି ଚାଲେ

ବିଷାକ୍ତ ହୁଅଇ ବାୟୁ

ସନ୍ତୁଳନ ହରାଇ ଏ ବାୟୁ ମଣ୍ଡଳ

ସୂର୍ଯ୍ୟଙ୍କ ଉତ୍ତାପେ ଜଳେ ଦେଖ ଦାଉ ଦାଉ ।


ସୂର୍ଯ୍ୟଙ୍କ ଉତ୍ତାପ ବଢି ବଢି ଚାଲେ

ବଦଳେ ପୃଥିବୀର ରୂପ

ଅଦିନେ ଆସଇ ବନ୍ୟାର ଲହରୀ

ସ୍ତବ୍ଧ ହୋଇଯାଏ ଜୀବଜଗତ ।


କଳ କାରଖାନା ଧୂଆଁରେ ପୂର୍ଣ୍ଣ

ଆଜିର ଏ ପରିବେଶ

ମୁକ୍ତ ବାୟୁ ଏଠୁ ମିଳିବ ବା କାହୁଁ

ଏଠି ତ ନିତି କଟାହୁଏ ବୃକ୍ଷ ।


ଆସ ଆଜି ଆମେ ବୃକ୍ଷ ଲଗାଇବା

ଜାତିକୁ ଦେବା ସନ୍ଦେଶ

ଗୋଟିଏ ବୃକ୍ଷରେ ଗୋଟିଏ ଜୀବନ

ଭରିଦେବସେ ମହକ ।


ଘର ଆଗ ପଛ ଗଛ ଲଗାଇବା

ଫୁଲ ଫଳେ ଯିବ ଭରି

ହସି ଉଠିବ ଏ ସବୁଜ ବନାନୀ

ଖୁସିର ମହକ ପୁରେ ପୁରେ ଯିବ ଭରି ।


ବସିଯିବା ଯେବେ କିଛି କ୍ଷଣ ପାଇଁ

ସେ ବୃକ୍ଷ ଛାଇରେ ଥକ୍କା ଆମ ମେଣ୍ଟି ଯିବ

ହସିବ ଧରଣୀ ସବୁଜ ବୃକ୍ଷରେ

ବାୟୁ ବି ବିଶୁଦ୍ଧ ହେବ ।



Rate this content
Log in

Similar oriya poem from Abstract