STORYMIRROR

Prakash Sahoo

Inspirational

2  

Prakash Sahoo

Inspirational

ବଡ ଠାକୁରଙ୍କୁ ନିମନ୍ତ୍ରଣ

ବଡ ଠାକୁରଙ୍କୁ ନିମନ୍ତ୍ରଣ

2 mins
13.2K


ଗୋଟେ ନିମନ୍ତ ଅଛି ବଡ଼ଠାକୁରେ

କି ଦେଇ ଡାକିବି ମହାପ୍ରଭୁ

ଏତେ ବଡ଼ ଠାକୁର ଙ୍କୁ

ନିମନ୍ତ୍ରଣ ଦେଇ ଡାକିବାକୁ

ସାହସ ବା କେଉଁଠୁ ପାଇବି।


ଗୁଆ ଟେ ଦେଇ ଡାକିବି

କି ଫୁଲ ଟିଏ ଦେଇ ଡାକିବି

ନଡ଼ିଆ ଟେ ଦେଇ ଡାକିବି

ଅବା ଭଜନ ର ସ୍ୱର ରେ ଡାକିବି।


ଏମିତି ଭାବୁ ଭାବୁ ବଡ଼ ଠାକୁର ଙ୍କୁ

ଲେଖି ଦେଲି ନିମନ୍ତ୍ରଣ ପତ୍ର ଟିଏ

ଆଖି ର ଲୁହ କୁ ଢାଳି

ହୃଦୟ ର ଭାଷା କୁ ପଂକ୍ତି କରି।


ଘଣ୍ଟ,ମୃଦଙ୍ଗ ର ସ୍ୱର ରେ

ଚାଲିଥିଲା ତୁମର ଆରତୀ

ଧୂପ ଚନ୍ଦନ ମହକ ରେ

ଲକ୍ଷ ଲକ୍ଷ ଭକ୍ତ ଙ୍କ ଗ୍ରହଣ ରେ

ସୁସ୍ଥ ହୋଇ ଫେରିଛନ୍ତି

ପନ୍ଦର ଦିନ ଅଣସର ରେ

ରହିବା ପରେ, ଆଜି ରତ୍ନ ସିଂହାସନ

ଛାଡି ନନ୍ଦିଘୋଷ ରଥ ରେ ବିଜେ

କରିବେ ମାଉସୀ ମା ଘର କୁ ଯିବେ


ଚତୁର୍ଦ୍ଦି ଆଜି ଚହଳ ପଡିଛି

ଝୁଲି ଝୁଲି ଆସିବେ ବଡ଼ ଠାକୁରେ

ଖୁସିରେ ବଡ ଦାଣ୍ଡ ଆଜି

ପାଲଟିଛି ଭକ୍ତ ଙ୍କ ଜନ ସମୁଦ୍ର

ମୁଁ କିନ୍ତୁ ହଜିଯାଇଛି

ତୁମର ସେ ଚକାଚକା

ବିସ୍ଫାରିତ ଅପଲକ ନୟନ ରେ


ଯୋଡ଼ା ହସ୍ତେ ନିମନ୍ତ୍ରଣ କରିଲି

ପାଟ,ମନ୍ତ୍ରୀ,ବାଜା ବାଣ ପଟୁଆ

ବଡ଼ ଠାକୁରେ ନ ଥିବେ ସାଙ୍ଗ ରେ

ଭାଇ ଭଉଣୀ ଙ୍କୁ ନେଇ

ମାଉସୀ ମା ଘର କୁ ଯିବା ବାଟ ରେ

ଟିକେ ପାଦ ପକାଅନ୍ତନି ମୋ ଘରେ


କାହୁଁ କେତେ ଦିନୁ ଅପେକ୍ଷାରତ

ତୁମ ପାଦ ରେଣୁ ସ୍ପର୍ଶରେ

ଉଲ୍ଲସିତ ହେବ ମୋ ଅଗଣା

ଲାଜେଇ ଅନ୍ଧାର ଟି ମୁଁହ ଲୁଚାଇବ

ଶିରି ଶିରି ପବନ ଧସେଇ ପଶିବ


ତୁମ ଦୁଇ ପାଦ ଧୋଇଦେବି

ମୋ ଦୁଇ ଧାର ଶୀତଳ ଲୁହ ରେ

ସ୍ୱାଗତ କରିବି ହୃଦୟ କମଳ ରେ

ମୋ ଘରେ ସୁନା ରୁପା ବାସନ ତ ନାହିଁ

ଅଫୁଟା କଦଳୀ ପତ୍ର ପକାଇ

ବାଢି ଦେବୀ ଭୋଜି ଭାତ ମୁଠାଏ


ସବରୀ ର ସ୍ନେହ ବୋଳା

ଅଇଁଠା କୋଳି ତ ଖାଇଥିଲ

ଗ୍ରହଣ କରିନେବ ବଡ଼ଠାକୁରେ

ଯାହା ଅଛି ଦେବି ଶ୍ରଦ୍ଧା ରେ।

ମୁଁ ସୌଭାଗ୍ୟବାନ ହେବି, ତୁମେ

ଖାଇବ ମୋ ହାତରୁ,

ଆଖି ମୋର ଧନ୍ୟ ହୋଇଯିବ

ତୁମ କଳାବଦନର ଦର୍ଶନ ରେ।


କିଛି ମୁହୂର୍ତ୍ତର ବିଶ୍ରାମ ମୋ ଘରେ

ପୁଣି ପାଛୋଟି ନେଇଯିବି

ତୁମ ସେ ନନ୍ଦିଘୋଷ ରଥକୁ

କେତେ ଭକ୍ତ ଅପେକ୍ଷା କରିଥିବେ

ତୁମ ରଥ ଦଉଡିକୁ ଟାଣିବାକୁ

ମୁରବି ପଣିଆର ସ୍ମିତହାସ୍ୟଟିଏ

ଭରିଥିବ ତୁମ ରଙ୍ଗଭରା ଅଧରରେ।


ପ୍ରକାଶ ସାହୁ

ଆନ୍ଧ୍ରପ୍ରଦେଶ,ବିଶାଖାପାଟଣା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational