STORYMIRROR

Ajit Kumar Raut

Tragedy Inspirational

3  

Ajit Kumar Raut

Tragedy Inspirational

ବଡ଼ ଠାକୁର

ବଡ଼ ଠାକୁର

1 min
251


ହାହାକାର ରାବ୍ ଶୁଭୁ ଅଛି ଦେଶେ


କରୋନା ଲହରୀ ମାଡୁ ଅଛି ଦେଶେ,


ଦ୍ବିତୀୟ ଲହରୀ ଭୟାଭୟ ଦିଶେ


ଅଥୟଟି ପ୍ରାଣ ତବ ପଦ ଦିଶେ।୧।


ତୁହିହିଁ ତାରକ ମାରକଭି ତୁହି


ଜୀବନ ରକ୍ଷ୍ୟକ ମହାବାହୁ ତୁହି,


ଜୀବନ ଅସ୍ତିତ୍ଵ କୄପାସିନ୍ଧୁ ତୁହି


ଅସମ୍ଭବ କର ସମ୍ଭବକୁ ତୁହି।୨।


ବିଶ୍ବସାରା ଆଜି କରୋନା ସଂକଟ


ଉନ୍ନତିର ମାର୍ଗେ ହେଉ ଅଛି ନଷ୍ଟ,


ଦିନରାତି ମନେ ଦେଉ ଅଛି କଷ୍ଟ


ଘଡେଇ ଦିଅହେ ଏପରି ସଂକଟ।୩।


ଦ୍ରୌପଦୀର ଡାକ ଅତି ଭୟାଭୟ


ଦେଇଥିଲ ନାଥ ଅପୂର୍ବ ଅଭୟ,


ଦେଶର ଜନତା ଭୟରେ ଅଥୟ


ଦୂର କର ପ୍ରଭୁ କରୋନାର ଭୟ।୪।


ଦୂରତା ନିର୍ଦ୍ଦେଶ ପାଳୁଅଛୁ ଆମ୍ଭେ


ମାସ୍କ ପିନ୍ଧି ଘରୁ ବାହାରୁଛି ଆମ୍ଭେ,


ସାବୁନରେ ହାତ ଧୋଉ ଅଛୁ ଆମ୍ଭେ


ସଦା ଭକ୍ତି ତବ କରୁଅଛୁ ଆମ୍ଭେ।୫।


ହାହାକାର ରାବ୍ ଶୁଭୁ ଅଛି ଦେଶେ


କରୋନା ଲହରୀ ମାଡୁ ଅଛି ଦେଶେ,


ଦ୍ବିତୀୟ ଲହରୀ ଭୟାଭୟ ଦିଶେ


ଅଥୟଟି ପ୍ରାଣ ତବ ପଦ ଦିଶେ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy