ବଡ ଭଉଣୀ
ବଡ ଭଉଣୀ
ମନ ଗଡା କଥା ନୁହେଁ ଗଳ୍ପ ଏହା
ନୁଁହେତ ଏହା କାହାଣୀ
ଅମ୍ବିକା ନାମରେ ଯାହାକୁ ପାଇଛି
ସିଏ ମୋ ବଡ଼ ଭଉଣୀ
ଶାନ୍ତ ସରଳ ଓ ଧୀର ନମ୍ରତା ର
ସ୍ୱଚ୍ଛ ନିର୍ଝରିଣୀ ଟିଏ
ନ କହିଲେ କଥା ଦେଖି ବା ଆଗରୁ
ସବୁ ସିଏ ବୁଝିନିଏ
ଅଳ୍ପ ଦିନର ସମ୍ପର୍କ ଆମର
ଗଳ୍ଳ୍ପ ବି ଅଳ୍ପ ଅଳ୍ପ
ମାପି ପାରିବିକି ଗଭୀରତା ତାର
ଜୀବନ ଟା ଲାଗେ ସ୍ୱଳ୍ପ
ଧନମାନ ଯଶ ଥାଉ ବା ନ ଥାଉ
ଭାରି ସ୍ୱାଭିମାନୀ ସିଏ
ଉତ୍କଳୀୟ ମୋର ଆଦର୍ଶ ସଂସ୍କୃତି
ସବୁ ବେଳେ ଜଗି ଥାଏ
ଓଡ଼ିଆ ଘର ର ଝିଅ ବୋହୁ ବୋଲି
ଗର୍ବ ଗୌରବ କରି
ଓଡ଼ିଆ ସାହିତ୍ୟ ଜୀବନର ସାଥି
ଲେଖୁଛି ଯତନ କରି
କହିଅଛି ଯାହା ମାନିଅଛି ତାହା
ଯାଏ ବିତରି ସୁଗୁଣ
ରକ୍ତ ର ସମ୍ପର୍କ ନହେଲେବି ମୋର
ଆତ୍ମା ର ପୁଣ୍ୟ ମିଳନ
କେତେ ହସ କାନ୍ଦ ଅଭୁଲା ଅତୀତ
କେତେ ମାନ ଅଭିମାନ
ପାଣିର ଫୋଟକା ପରି ଲୁଚିଯାଏ
ନଥାଏ ତା ଚିହ୍ନ ବର୍ଣ୍ଣ
ଚିହ୍ନିଛି ମୋ ଅପା ଏହି ହୃଦୟ ରେ
କବିତା ରାଇଜ ପରୀ
ଅନୁରୋଧ ମୋର ହାତ ଛାଡିବନି
ସୁନା ଭଉଣୀ ମୋହରି