ସହରରେ ଖରାଦିନ
ସହରରେ ଖରାଦିନ
1 min
10
ଚାରିଆଡେ ରାସ୍ତା କଂକ୍ରିଟ ରେ ଗଢ଼ା
ଅସ୍ତବ୍ୟସ୍ତ ଭାରି ଲାଗେ
ଯାନବାହାନର ଧୁଆଁ ରୁ ନିର୍ଗତ
ମଣିଷ ଯାତନା ଭୋଗେ
ବଡ଼ବଡ଼ କୋଠାବାଡ଼ି ଅଛି ଏଠି
ନାହିଁ ଗଛପତ୍ର ଚିହ୍ନ
ଝାଞ୍ଜି ଖରାବେଳେ ଧୁ ଧୁ ଖରା
ଶରୀର ଦିଶଇ ମ୍ଳାନ
ଘରେ ଚାଲେ ଶୀତତାପ ନିୟନ୍ତ୍ରିତ
କୁଳର ବିଜୁଳି ପଙ୍ଖା
ତଥାପି ମଣିଷ ହୁଏ କଲବଲ
ପବନ ନ ଥାଏ ଦେଖା
ବିଜୁଳି କାଟ ଘୋଷଣା ହୋଇଲେ
ବିପତ୍ତି ଯାଉଛି ବଢି
କାଳ ବୈଶାଖୀ ଝାଞ୍ଜି ପବନରେ
ଜୀବନ ଯିବକି ଛାଡି
ବେଳୁ ସଚେତନ ନହୋଇଲେ ଆମେ
ଭୋଗିବା ଏହି ଦୁର୍ଦ୍ଦଶା
ସହର ହେଉ ବା ମଫସଲ ହେଉ
ହେଉଥିବା ଲୋକହସା ।