ବୁଝି ହେଉ ନାହିଁ
ବୁଝି ହେଉ ନାହିଁ
ଜାଣି ହେଉ ନାହିଁ ବୁଝି ହେଉ ନାହିଁ
ଦିଶୁ ନାହିଁ ବାଟ ମତେ,
ଜ୍ଞାନ ନାହିଁ ମୋର ଅଜ୍ଞାନ କରିଛ
କିପରି ବୁଝିବି ତତେ।୧।
କିପରି ପୂଜିବି ଆହେ ଜଗନ୍ନାଥ
ଜଗତର ନାଥ ତୁମେ,
କିପରି ସେବିବି ତତେରେ କାଳିଆ
କଳା ଭରି ଦିଅ ତୁମେ ୨।
ସେହୁ କଳା ହେଉ ଜୀବନେ ଚନ୍ଦନ
ବୋଳୁଥିବି ମୁହିଁ ନିତି,
ତୋହରି କଳାକୁ ପାଇଣ ଜୀବନେ
କରୁଥିବି ଭକ୍ତି ନିତି।୩।
ସେହୁ କଳା ହେଉ ଜୀବନର ପଥ
କଥା ତୋର ଲେଖୁ ଥିବି,
କଲମରେ ମୁନେ ତୋହରି ନାମଟି
ନିତ୍ୟେ ମୁହିଁ ଗାଉ ଥିବି।୪।
ସେହୁ କଳା ହେବ ପଥପ୍ରଦର୍ଶକ
ସତ୍ୟ ପଥେ ରହି ଥିବି,
ଜନ ସେବା ପଥେ ତୋହରି ନାମକୁ
ଜପାମାଳି କରୁ ଥିବି।୪।
ତୋର କଳା ବଳେ ରାଷ୍ଟ୍ର ପ୍ରତି ପ୍ରେମ
ଶ୍ରଦ୍ଧା ଭକ୍ତି ରଖିଥିବି।୫।
ଯା
ହା ହିଁ ନିର୍ଦ୍ଦେଶ ତୁହି ଦେଉ ଥିବୁ
ବାଟ ଦେଉଥିବୁ ପୁଣି
ଶକ୍ତି ଦେଉ ଥିବୁ ପୂରଣ ନିମନ୍ତେ
ପୁରା କରୁଥିବି ଜାଣି।୬।
ଲୋକହସା ନୋହୁ ଜୀବନରେ ମୋର
ପଦେ ଥାଉ ତୋର ଭକ୍ତି,
ବିଚଳିତ ନୋହୁଁ ଜୀବନ ଯାତ୍ରାଟି
ଭଲ କର୍ମେ ଦିଅ ଶକ୍ତି।୭।
କୃପାସିନ୍ଧୁ ପ୍ରଭୁ କୃପା ହିଁ କରିବେ
ଦୟାନିଧି ପ୍ରଭୁ ସେହି
ବଡ଼ଦେଉଳରୁ ମୋ ଡାକ ଶୁଣିବୁ
ହେଳା ନ କରିବୁ ତୁହି
ଜୀବନଟି ମୋର ଅର୍ପଣ କରିଛି
ରଖି ଥିବୁ ଧ୍ୟାନ ତୁହି।୮।
ନାହିଁ ମୋର ସାହା ନାହି ହିଁ ଭରସା
ଭରସା କରିଛି ତତେ,
ଚକାନୟନଟି ଦେଖୁ ଥିବି ନିତି
ଭକ୍ତି ରଖି ଥିବି ନିତ୍ୟେ।୯।
ଜାଣି ହେଉ ନାହିଁ ବୁଝି ହେଉ ନାହିଁ
ଦିଶୁ ନାହିଁ ବାଟ ମତେ,
ଜ୍ଞାନ ନାହିଁ ମୋର ଅଜ୍ଞାନ କରିଛ
କିପରି ବୁଝିବି ତତେ।୧୦।