Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଆମେ ସ୍ବାଧୀନ

ଆମେ ସ୍ବାଧୀନ

1 min
184


ସ୍ବାଧୀନ ଆମେ ସ୍ବାଧୀନ

ଆମେ କିନ୍ତୁ ସବୁ ପର ଅଧୀନ ।


ପ୍ରକୃତି ପାଖରେ ବନ୍ଧା ପଡିଅଛି

ଆମରି ଜୀବନ ସୁଖ ସପନ ।


ଜ୍ୟେଷ୍ଠ ରେ ହୋଇଲା ପ୍ରବଳ ବର୍ଷା

ଶ୍ରାବଣରେ ଏଣେ ବଢୁଛି ତୃଷା ।


 ମେଘ ବୁଝୁନାହିଁ ବରଷା ଭାଷା

 ମଉଳି ଯାଉଛି ଚାଷୀ ର ଆଶା ।


କହିବ କାହାକୁ ଶୁଣିବ କିଏ

କଲା କରମରୁ ଖାଉଛୁ ଢିଏ ।


ସ୍ବାଧୀନ ବୋଲିତ ଶୃଙ୍ଖଳା ନାହିଁ

ପରିବେଶ କଥା ଭାବୁନୁ କେହି ।


ବଣ ଜଙ୍ଗଲକୁ ଉଜାଡୁ ନିତି

ପ୍ରଦୁଷଣ ପ୍ରତି ନାହିଁ କା ଭିତି ।


ଗାଡି ମଟରର ବଢୁଛି ଭିଡ

ବିଷ ପବନର ଉଠୁଛି ଝଡ ।


ବିକାଶ ନାଁ ରେ କରୁ ବିନାଶ

ଜାଣିଜାଣି ଆମେ ହେଉ ହତାସ ।


ଶ୍ରାବଣରେ ତେଣୁ ବରଷା ନାହିଁ

ଝାଞ୍ଜି ପବନକୁ ହେଉନି ସହି ।


ସ୍ବାଧୀନ ବୋଲିତ ଗରବ ଆମ

ପ୍ରକୃତି ହେଉଛି ଆମକୁ ବାମ ।



Rate this content
Log in

Similar oriya poem from Inspirational