STORYMIRROR

Ramakanta Das

Inspirational

3  

Ramakanta Das

Inspirational

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
260



ଏମିତି ଗୋଟେ ସମ୍ପର୍କ ଏ ଯେ

      ନାଁ ତାର ବନ୍ଧୁତ୍ୱ

ରକ୍ତ ସମ୍ପର୍କ ନଥାଇ ବି ଅଛି

      ଭରସା ଆଉ ବିଶ୍ୱାସ ||


ସ୍ନେହ ମମତାର ରେଶମୀ ଡୋରିରେ

     ବନ୍ଧା ବନ୍ଧୁତ୍ୱର ଡୋରି

ଭଗବାନଙ୍କର ଏକ ଅମୂଲ୍ୟ ଉପହାର

      ରହିଥାଏ ହୃଦେ ଭରି ||


ବୟସର ସୀମା ନଥାଏ ଏଠି

     ନଥାଏ ଜାତି ଅଜାତି

ପ୍ରେମ ଓ ପ୍ରେରଣାର ଗନ୍ତାଘର

     ସେ ଏକ ଅଭୁଲା ସ୍ମୃତି ||

>

ଆଖିଦେଖି ବୁଝି ହେଇଯାଏ

      ବେଦନା ଅନ୍ତରର

ନଥାଏ ବନ୍ଧ ଏଠି ପୁଅ ଓ ଝିଅ ର

      ସମ୍ପର୍କ ଦୁଇ ହୃଦୟର ||


ମାନ ଅଭିମାନ ଯେତେ ଥାଉ ହେଲେ

    ଥାଏ ଭରସା ଓ ବିଶ୍ୱାସ

ବନ୍ଧୁତ୍ୱ ଅମର କେବେ ତୁଟେ ନାହିଁ

     ଥମି ଗଲେ ବି ନିଶ୍ୱାସ ||


ଚିର ଶାଶ୍ୱତ ଏ ପବିତ୍ର ସମ୍ପର୍କ

     ବନ୍ଧୁବିନା ଯେ ଜୀବନ

ଅପୂର୍ବ ସମ୍ପର୍କ ଭାବ ପ୍ରଦାନର

      ସଂଜ୍ଞା ଯେ ବଡ କଠିନ ||


Rate this content
Log in

Similar oriya poem from Inspirational