ମନ ବିବେକ'ଠୁଁ ଦୂରେଇ ନ'ଯାଉ
ମନ ବିବେକ'ଠୁଁ ଦୂରେଇ ନ'ଯାଉ
"ଜନମ" "ମରଣ" ଏଇ ତ ନିଶ୍ଚିତ
ସମସ୍ତଂକ ଜୀବନ,
ତା' ମଧ୍ୟେ କରୁଛେ ଯାତ୍ରା ଥିଲା ଯାଏ
ପିଣ୍ଡରେ ଆମ ପ୍ରାଣ ।
ଯାତ୍ରା ଶେଷେ ଯିବା ଛାଡ଼ି ନିଶ୍ଚିତ
ଏହି ଧରଣୀ,
ଦୁଃଖେ ସୁଖେ ଦିନ ଯାଉ କଟି, ନ'ରହୁ
ଦୋଷ କିଛି ମୋର ପୁଣି।
ସଂସାରେ ଆସିଛି ଯେଣୁ ଉଭୟ ଦୁଃଖ
ସୁଖ କର୍ମ-ଫଳ ନେଇ,
ଭୁଞ୍ଜିବାକୁ ହେବ ଦୁଃଖ କଷ୍ଟ ଯେହେତୁ
ଏଇ ମାଟି-ପିଣ୍ଡ ରହିଛେ ବହି ।
ସମୟର ଚକ୍ର ଗତି କରେ ବହୁତ
ଦ୍ରୁତ ଗତିରେ,
ଛାର ମଣିଷ, ଧନ ଓ ଶକ୍ତିର ଅହଂକାର
କିଆଁ କରିବାରେ ।
ମନ ଅଟେ ଗତିଶୀଳ, ଭଲ ମନ୍ଦ
ବୁଝେ ନାହିଁ ସିଏ
ବିବେକ ଅନୁସାରେ ହୃଦୟରେ କାର୍ଯ୍ୟପନ୍ଥା
ସ୍ଥିର କଲେ ଉତ୍ତମ ବ୍ୟକ୍ତିତ୍ୱ ସିଏ ।
ଅସହାୟ ବ୍ୟକ୍ତିଙ୍କୁ ପରିହାସ କରିବାର
ଚିନ୍ତା ଆସେ ଯଦି ମନରେ,
ହୃଦୟକୁ ପଚାରିବା ସେତେବେଳେ ନିଜକୁ
ରଖି ସେହି ସ୍ଥାନରେ ।
ଦୁଃଖ ଅବା ସୁଖ ଯାହା ଥିଲେ ମୋର
ମନ ସ୍ଥିର ଥାଉ,
କଦାଚିତେ ମୋ ମନ ବିବେକ'ଠୁଁ ଦୂରେଇ
ନ'ଯାଉ ।