STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ବଦଭ୍ୟାସ

ବଦଭ୍ୟାସ

1 min
242


ସୁଅଭ୍ୟାସେ ମିଳେ ସମ୍ମାନ ସ୍ୱୀକୃତି

ବଦଭ୍ୟାସେ ମିଳେ ଘୃଣା,

ବଦଭ୍ୟାସ ନୁହେଁ ଛୋଟିଆ ଜିନିଷ

ମାନବ କୁ କରେ ବଣା l


ସୁଅଭ୍ୟାସବଳେ କାର୍ଯ୍ୟ ସିଦ୍ଧି ହୁଏ

ମିଳିଥାଏ ଯଶ ଖ୍ୟାତି,

ଜୀବନ ଆମର ସାର୍ଥକ ହୁଅଇ

ହେଉ ପଛେ ଛୋଟ ଅତି l


ବିଦ୍ୟାଭ୍ୟାସ ଅବା ନୃତ୍ୟ ଗୀତଶିକ୍ଷା 

ଅଟଇ ଉତ୍ତମେ ଗଣା,

ପାନସିଗାରେଟ ମଦ୍ୟ ଜୁଆ ଆଦି

 ବଦଭ୍ୟାସଭାବେ ଜଣା l


ଜନ୍ମ ସମୟରୁ ବଦଭ୍ୟାସ ଗୁଣ

ନଥାଏ କେବେ କାହାର,

ମନ୍ଦ ପରିବେଶ କୁଜନ ସଙ୍ଗତି

କାରଣ ଅଟେ ଏହାର l


କୁସଙ୍ଗ ବଢାନ୍ତି ବଦଭ୍ୟାସ ସବୁ

କୁପଥେ ନିଅନ୍ତି ଟାଣି,

ସୁସଙ୍ଗତ ସଦା ସୁପଥ ଦେଖାନ୍ତି

 ଚିହ୍ନିମିଶ ଗୁଣ ଜାଣି l


ମାନବ ଜୀବନ ପାଇଅଛେ ଯେଣୁ

ନିଜର ବିବେକ ବଳେ,

ପରଖି ନିରେଖି ସୁସଙ୍ଗତ ଧରି

ଆଗେଇବା ଅବହେଳେ l


କୁପଥ ରେ ଗଲେ ବାଟକୁ ଆସିବା

ହୋଇଯାଏ କଷ୍ଟକର,

ସତ ମାର୍ଗ ଧରି ଜୀବନେ ଆଗେଇ

ସ୍ୱାଭିମାନ ରକ୍ଷା କର l


ନବ ବରଷ ର ନବ ଦିବସରେ 

ଆସରେ ଶପଥ ନେବା,

ବଦଭ୍ୟାସ ଛାଡି ଉତ୍ତମ ଅଭ୍ୟାସେ 

ମନ ପ୍ରାଣ ଲଗାଇବା l



Rate this content
Log in

Similar oriya poem from Inspirational