ବୈଶାଖର ବୈଶାଖି ଖରା
ଶୁଖାଇଦିଏ ଧରା
ବର୍ଷା ଆସିବକି ନହେଲେ ଖରା
ଧରା ଦିଶିବକି ନିର୍ମଳ ତୋରା
ଜଗନ୍ନାଥଙ୍କ ଟଙ୍କ ତୋରାଣୀ ଆସରା
ପଣା ସଂକ୍ରାନ୍ତି ନିଆରା
ପେନ୍ଥି ପେନ୍ଥି ପୁଲ ଝରା
ଗଛର ଛାଇରେ ପଥିକ ମାରି ହାଇ
ଭାବେ ଗଛ ଲଗାଇବା ସାରା
ବୈଶାଖି ଝାଞ୍ଜି
ଦହି ପଖାଳ କାଞ୍ଜି
ସୁଆଦ ସାରା
ଗରମ ଦିନ ଲସି ହିଁ ତୋରାଣୀ
ଗାଧୁଆ ଗରା
ମାଜିମୁଜି ଚକଚକ ବୋଉର ଇସାରା
ଭାଉଜ ବୁଝନ୍ତି
ଥୁଅନ୍ତି ସୁରେଇ ପସରା
ଜଳ ବିହୁନେ ସୃଷ୍ଟି ନାଶ ବୁଝି
ଜଳ ଅପଚୟ ଅପବେୟ ନକରିବା ପରା
ଖରା ଶିଖାଏ ତୋରା
ସୂର୍ଯ୍ୟଙ୍କୁ ଜଳଲାଗି ଭାବ ଭକ୍ତି ତୋରା
ଖରା ଭାରି ନିଆରା ନିଆରା
ଅନୁଭବ ଅନୁଭୂତି ବଞ୍ଚିବା ସାହାରା
ଜାଗାଏ ଇସାରା
ସ୍ବଛ ଓ ସ୍ୱଚ୍ଛତା ପାଇଁ ଖରା
ନିଶ୍ଚୟ ସ୍ୱାସ୍ଥ୍ୟପ୍ରଦ ଅସରା ଆସରା