STORYMIRROR

pranati Mahapatra

Inspirational Others Children

3  

pranati Mahapatra

Inspirational Others Children

ବୈଜ୍ଞାନିକ ଆଚାର୍ଯ୍ୟ ସତ୍ୟେନ୍ଦ୍ର

ବୈଜ୍ଞାନିକ ଆଚାର୍ଯ୍ୟ ସତ୍ୟେନ୍ଦ୍ର

1 min
10

 ବିଶିଷ୍ଟ ଭାରତୀୟ ବୈଜ୍ଞାନିକ ଙ୍କ ମୋର ଭକ୍ତିପୂତ ଭକ୍ତି ଶ୍ରଦ୍ଧାସୁମନ


ବୈଜ୍ଞାନିକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ନାଥ ବୋଷ

     ୧ ଜାନୁଆରୀ ୧୮୯୪

      ୪ ଫେବୃଆରୀ୧୯୭୪



ଏକ ଜାନୁଆରୀ  ଅଠରଶ ଚଉରାନବେ

      କଲିକତା ସହରରେ,

ଜନ୍ମିଥିଲେ ଶିଶୁ  ସତ୍ୟେନ୍ଦ୍ର ନାଥ ବୋଷ

       ବଙ୍ଗୀୟ ପରିବାରରେ।


ଭାରତୀୟ ପଦାର୍ଥ   ବିଜ୍ଞାନୀ ସେ ପରା

   ପାରଦର୍ଶୀ ଗାଣିତିକ ଭୌତିକ,

ଇଂଲଣ୍ଡର ରୟାଲ    ସୋସାଇଟିରେ

     ପାଇଥିଲେ ଫେଲୋସିପ।


ବିଂଶ ଶତାବ୍ଦୀର    ପ୍ରଥମାର୍ଦ୍ଧରେ

   କ୍ଵାଣ୍ଟମ୍ ମେକ୍ ନିକ୍ସ ପାଇଁ,

ମୂଳତତ୍ତ୍ଵ ବୋଷ ଆଇନଷ୍ଟାଇନ ପରିସଂଖ୍ୟାନ

   କନ ଡେନ ସେଟ୍ ଯେ ଥାଇ।


ଆଧୁନିକ ପରମାଣୁ     ଆଧାରରେ

    ମୂଳଦୁଆ କ୍ଵାଣ୍ଟମ୍ ଷ୍ଟାଟିସିଟିକ୍ସ,

ଅମର ସତ୍ୟେନ୍ଦ୍ର     ନାଥ ବୋଷ ଆଜି

    ବିଜ୍ଞାନ ଇତିହାସେ ଲିପିବଦ୍ଧ।


ଉଣେଇଶ ଚଉବନ  ମସିହା ପଦ୍ମବିଭୂଷଣ

      ଉପାଧିରେ ବିଭୂଷିତ,

ଭାରତ ସରକାର      ବୋଷଙ୍କ ନାମେ

     କଲେ ଡାକଟିକଟ ପ୍ରଚଳିତ,


ପ୍ରତିବନ୍ଧକ ସତ୍ତ୍ୱେ   ସଫଳ ଥିଲେ ସେ

     ନିଜସ୍ୱ ଚିନ୍ତାଧାରାର ବିଦ୍ଵାନୀ,

ବିଭିନ୍ନ ଆଞ୍ଚଳିକ   ଭାଷାରେ ପଢାଇବା

       ସିଦ୍ଧହସ୍ତ ବୋଷ ବିଜ୍ଞାନୀ।


ଭାରତର ସୁନାମଧନ୍ୟ    ବୈଜ୍ଞାନିକ ସେ

       ସତ୍ୟେନ୍ଦ୍ର ନାଥ ବୋଷ,

ଚାରି ଫେବୃଆରୀ ଉଣେଇଶ ଚଉସ୍ତରୀରେ

    ଛାଡିଲେ ଶେଷ ନିଶ୍ଵାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational