STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ବାତ୍ୟାର ତାଣ୍ଡବ

ବାତ୍ୟାର ତାଣ୍ଡବ

1 min
215


ସମୟର ମାୟା ଅତିହିଁ ବିଚିତ୍ର


ବିନାଶ କାରଣ କରେ


ଚକ୍ରବାର୍ତ୍ତୀ ବାତ୍ୟା ଅତିହିଁ ପ୍ରଖର


ଭୟାବହ ସ୍ଥିତି କରେ।୧।


ବାତ୍ୟାର ତାଣ୍ଡବ ଅତି ତୀବ୍ର ଗତୀ 


ଆତଙ୍କିତ କରେ ଜନେ,


ଜାନମାଲ କ୍ଷତି ହୁଅଇ ଅପାର


ଭୟଭୀତ କରେ ମନେ।୨।


ୟାସ ଭି ଆସିଲା କ୍ଷତି କରି ଗଲା


କଳନା ନାହିଁ ତାହାର,


କରନ୍ତି ସାହାଯ୍ୟ ସରକାର ତାଙ୍କୁ


ନୂଆ କଳେବର ତାର।୩।


ବର୍ଷା ସଙ୍ଗେ ସଙ୍ଗେ ପ୍ରଚଣ୍ଡ ତୁଫାନ


ସବୁ କ୍ଷତି କରି ଦିଏ,


ଏହାର ବେଗରେ ଜୀବନର ନୀଳା


ମୃତ୍ୟୁରେ ବଦଳି ହୁଏ।୪।


କେହୁ ହରାଏଟି ପୁତ୍ରକୁ ତାହାର


କେହୁ ହରାଏ ମାଆଁ,


ରୋଦନର ରାବ୍ ଗୁଞ୍ଜି ଉଠେ ପୁଣି


ଦୁଃଖ ଯନ୍ତ୍ରଣାର ନିଆଁ।୫।


ସମ୍ପତ୍ତିର କ୍ଷତି ହୁଅଇ ଅପର


ଫସଲ ହୁଅଇ ନଷ୍ଟ,


ଜନଙ୍କର ଘର ବର୍ଷା ଓ ବାତ୍ୟାରେ


ଆପେ ଆପେ ହୁଏ ନଷ୍ଟ।୬।


ପ୍ରଳୟକାରୀ ଏ ବାତ୍ୟାର ତାଣ୍ଡବ


ତାଣ୍ଡବ କରିଣ ଯାଏ,


ଜୀବନର ଆଶା ଆଭିଳାଷା ସବୁ


ମହୁର୍ତ୍ତକେ ଲିଭି ଯାଏ।୭।


ବଡ଼ଦେଉଳରେ ଜଗତ ଠାକୁର


ଦେଖୁଥାନ୍ତି ସବୁ ନୀଳା,


ସମୟର ଚକ୍ର ମାଡ଼ି ଆସେ ପୁଣି


ପ୍ରଭୁଙ୍କ ବିଚିତ୍ର ନୀଳା।୮।


ଏପରି ବାତ୍ୟାର ତାଣ୍ଡବ ନହେଉ


ଦୟା କରିବେ କାଳିଆ,


ଭକ୍ତଙ୍କର ଡାକ ଅବଶ୍ୟ ଶୁଣିବେ


ନିର୍ଭୟ ଦେବେ କାଳିଆ।୯।


ସମୟର ମାୟା ଅତିହିଁ ବିଚିତ୍ର


ବିନାଶ କାରଣ କରେ


ଚକ୍ରବାର୍ତ୍ତୀ ବାତ୍ୟା ଅତିହିଁ ପ୍ରଖର


ଭୟାବହ ସ୍ଥିତି କରେ।୧୦।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy