STORYMIRROR

Dr Santosh Kumar Panda

Children

4  

Dr Santosh Kumar Panda

Children

ବାତ୍ସଲ୍ୟ ପ୍ରେମ

ବାତ୍ସଲ୍ୟ ପ୍ରେମ

1 min
391


ଉଠିଯା ଧନ, ଉଠିଯା ମୋ ସୁନା

    କାଉ ତ ଦେଲେଣି ରାବି,

 ତୁ ଶୋଇଥିଲେ ଘର ମୋ ଅନ୍ଧାର

   ନଭେ ଉଇଁଲେ ବି ରବି।

   ତୁ ମୋ ଜୀବନ ରବି।୦।

ଖାଇଦେ ଗୋଳେଇ ଭାତ,ଡାଲି,ଆଳୁ

    ମାମୁଁ, ମାଇଁ କରି ଗୋଲି,

ତୋ ଅଇଁଠା ଗୁଣ୍ଡା ମୋ ପାଇଁ ପ୍ରସାଦ

    ତୁ ମୋ ଧନ ସଙ୍ଖାଳି।୧।

ତୋ ଦେହେ ଦେଖି ଖଇଫୁଟା ତାତି

    କଟେ ଅନିଦ୍ରାରେ ରାତି,

 ତୁ ହସୁଥିଲେ ହସେ ମୋ ସଂସାର

    ଦିନ ମୋର ଯାଏ ବିତି।୨।

ଦୂରେ ଯେବେ ଯାଉ ବିଳମ୍ବରେ ଫେରୁ

    ଅନ୍ଧ ହୋଇଯାଏ ଆଖି,

 ତୁ ଏ ଅନ୍ଧର ଲଉଡି ବାବୁରେ

    ରହିଛି କାଳିଆ ସାକ୍ଷୀ।୩।

ଏ ବାତ୍ସଲ୍ୟ ପ୍ରେମ ସବୁଠୁ ନିଆରା

   ତଉଲିବୁ ନାହିଁ କେବେ,

ଛୋଟ କରିବୁନି ଏ ଧନକୁ ତୋର

   ମରିଯିବି ମୁଁ ସରମେ।୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children