STORYMIRROR

Pranati Panda

Tragedy

3  

Pranati Panda

Tragedy

ବାତ୍ସଲ୍ୟ ମମତାର ରାହା

ବାତ୍ସଲ୍ୟ ମମତାର ରାହା

2 mins
192


କିଛି ସ୍ମୃତି ଅଛି ବାତ୍ସଲ୍ୟ ମମତାର,

କିଛି ଆଶା ଅଛି ଆପଣା ଘରକୁ ଫେରିଯିବାର,

ଉଦାସୀ ଆଖି ଦୂର ଦୂରକୁ ଚାହିଁ ରହିଛି......

ଝର୍କା’ର ରେଲିଂ ଦେଇ ଆରପାରିକୁ......

"ମା" ବସିଛନ୍ତି ଏକା !!

ବିଷନ୍ନ ବଦନା, ଛିନ୍ନ ବସ୍ତ୍ରା, ମୁକ୍ତକେଶୀ......

ଚାରିଆଡ଼େ ଶ୍ମଶାନ ପରି ଖାଁ ଖାଁ......

ଆଜି କଣ୍ଠ ସ୍ୱର ଏତେ ରୁଦ୍ଧ କିଆଁ??

ମୁହଁରୁ ଖସି ଯାଇଛି ସଦ୍ୟ ସକାଳର ଖରା

ସନ୍ତାନର ନୈରାଶ୍ୟ ଭାବ...

ଶରୀରରୁ ଖସି ଯାଇଛି ବୟସର ଚିହ୍ନ ସ୍ପଷ୍ଟ ବାରି ହେଉଛି !!

"ମା" ଆଜି ଚିନ୍ତାରେ ଡୁବି ଯାଇଛନ୍ତି ,

ଠିକ୍ ଆଜିର ଦିନରେ ଦୁଇ ବର୍ଷ ତଳେ ସ୍ୱାମୀଙ୍କ ପରଲୋକ ହୋଇଯାଇଥିଲା....

ଆଉ ସ୍ୱାମୀ ଚାଲିଗଲା ପରେ ପୁଅ ବୋହୂର ଚାକିରି ସମସ୍ୟା ନେଇ

ମା' ଙ୍କର ଉଚିତ୍ ରକ୍ଷଣାବେକ୍ଷଣ ଲାଗି ପହଞ୍ଚେଇ ଦେଇଛି

"ମା"ଙ୍କୁ "ଜରାନିବାସ" ରେ !!!!

"ମା"ଆଜି ଅପଲକ ନୟନରେ ଅନେଇ ବସିଛନ୍ତି ପୁଅ ଆସିବ,

ଆଉ ତାଙ୍କୁ ଘରକୁ ନେଇଯିବ, ସ୍ୱାମୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ଦିବସ ଉପଲକ୍ଷେ......

ଘରେ ସମସ୍ତଙ୍କୁ ଦେଖିବେ ଆଉ ସ୍ୱାମୀଙ୍କ ପିଣ୍ଡ ଦାନ ପରେ

ବ୍ରାହ୍ମଣ ଭୋଜନରେ କିଛି ବ୍ରାହ୍ମଣମାନଙ୍କୁ ଦକ୍ଷିଣା ଦେବେ ସ୍ୱଇଚ୍ଛା ରେ !!

କିନ୍ତୁ............

ଏ କଣ ସକାଳ ଯାଇ ସଞ୍ଜ ହୋଇଗଲା ପୁଅ ଆସିଲା ନାହିଁ ,

ବେଶ୍ କିଛି ଦିନ ଅତିକ୍ରାନ୍ତ ଏ ଭିତରେ ହୋଇଯାଇଛି...

"ମା" ଆଜି ଅସୁସ୍ଥ !!

"ଜରାନିବାସ"ର କର୍ମଚାରୀଙ୍କ ହାତରେ ମା ଖବର ଦେଲେ ପୁଅକୁ ଆସିବା ପାଇଁ,

କିନ୍ତୁ ଏ କଣ !!!

ପୁଅ ସଫା ସଫା ମନା କରିଦେଲା ... 

ବୋହୂର ପାଞ୍ଚ ବର୍ଷ ପରେ ପିଲା ହେବ ତେଣୁ ଏ ଅବସ୍ଥାରେ"ମା"ଙ୍କୁ ଆଣି ପାଖରେ ରଖିବା ସମ୍ପୂର୍ଣ୍ଣ ଅସମ୍ଭବ।

ପୁଅ ଆଜି ମାଆର ସ୍ୱାଭିମାନ ହୋଇ ନାହିଁ,

ସମୟ ଥିଲା ପୁଅ ଭିତରେ "ମା" ନିଜକୁ ଦେଖୁଥିଲେ .......

ଏବେ କିନ୍ତୁ !!

ଶେଷ ହୀନ ଲୁହର ଶ୍ରାବଣ ......

ଶ୍ରାବଣ ବର୍ଷାର ଘଡ଼ଘଡ଼ି ଶବ୍ଦରେ

ଜରାନିବାସ ଭିତରେ ରେଲିଂ ବାହାରକୁ ଚାହିଁ କୋହ ଭରା ଲୁହ ଝରେଇ " ମା " ହସୁଥିଲେ.......

କାରଣ ସେ ପରା ମାଆ......

ଚାହିଁଲେ ବି ଅଭିଶାପ ଦେଇ ପାରିବେ ନାହିଁ !!

ହସ'ର ଭିତରେ ହୃଦୟର ଲହୁ କୁ ପିଇ ଗୁମୁରି ଗୁମୁରି କାନ୍ଦୁଥିଲେ।

ଦୀର୍ଘଶ୍ୱାସରେ ଭଗବାନଙ୍କ ପାଖରେ ଚୀର ନିଦ୍ରାରେ ଶୋଇ ଯିବା ପାଇଁ ଅନୁମତି ମାଗୁଥିଲେ।

"ମା"ଙ୍କ ଅସ୍ପଷ୍ଟ ଗୁଣୁ ଗୁଣୁ ସ୍ଵରରେ ମନେ ମନେ କହୁଥିଲେ ହୁଏତ

ଏଭଳି ସନ୍ତାନ ଭଗବାନ କାହାରିକୁ ନଦେଉ 

ସନ୍ତାନହୀନା ହୋଇ ରହିବା ବରଂ ଶହେ ଗୁଣ ଶ୍ରେୟସ୍କର।

ଆଖି ବନ୍ଦ କରି ଶୋଇବାର ପ୍ରୟାସ ଭିତରେ ମନେପକାଉ ଥିଲେ

ସନ୍ତାନର ଗାଲରେ ଦେଇଥିବା କିଛି ପ୍ରଗାଢ ଚୁମ୍ବନର କ୍ଷତଚିହ୍ନକୁ

କିଛି ସ୍ମୃତି ଆଉ ବାତ୍ସଲ୍ୟ ମମତାକୁ !!

        "ମା"

 ଅପେକ୍ଷାରେ......ପରବର୍ତ୍ତୀ ପୀଢ଼ିକୁ......

         

         


రచనకు రేటింగ్ ఇవ్వండి
లాగిన్

Similar oriya poem from Tragedy