STORYMIRROR

Bidyadhar Sethi

Inspirational

3  

Bidyadhar Sethi

Inspirational

ବାତାୟନ ଖୋଲିଦିଅ

ବାତାୟନ ଖୋଲିଦିଅ

1 min
451

ଖୋଲିଦିଅ ରୁଦ୍ଧ ବାତାୟନ

ଆରପାର୍ଶ୍ବେ ଉପସ୍ଥିତ

ଦିବ୍ୟ ପୁରୁଷ ଚେତନ

ତହୁଁ ସଦା ପ୍ରବାହିତ ଚିର ସୁଧା ଧାର

ଶରତ ଶିଶିର ବିନ୍ଦୁ ଶୁଭ୍ର ସକାଳର

ଶାଶ୍ବତ ଅମୃତ ଝର

ସ୍ଥିର ଚିତ୍ତେ କର ପାନ

ମୁକ୍ତିପଥ ହେବ ଉଦୟନ ।


ମନର ଅମା ବାଦଲ

କର ପ୍ରତ୍ୟାଖାନ

କ୍ଷଣସ୍ଥାୟୀ ବସ୍ତୁ ମୋହ

କିବା ପ୍ରୟୋଜନ.....?

ଅଳୀକ ସୁଖ ସ୍ବାଚ୍ଛନ୍ଦ୍ୟ ସବୁତ ନଶ୍ବର

ମୁଦ୍ରିତ ନୟନ ଫେଡି ବାରେ ଧ୍ୟାନ କର

ହୃଦୟ ବୀଣା ଶବଦ

କର୍ଣ୍ଣ ଡେରି ଥରେ ଶୁଣ

ହେଜ କର ସ୍ବୟଂ ଆତ୍ମଜ୍ଞାନ

ବାରେ ଖୋଲିଦିଅ ରୁଦ୍ଧ ବାତାୟନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational