Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Inspirational Others

3  

Chittaranjan Lenka

Inspirational Others

ବାସ୍ତବ ବନ୍ଧୁ

ବାସ୍ତବ ବନ୍ଧୁ

1 min
7.0K


ନିୟମ ରକ୍ଷକ ନିୟମ ଭାଙ୍ଗିଲେ

ନିୟମକୁ କୁହ କିଏ ମାନିବ

ରକ୍ଷା କର୍ତ୍ତା ଯଦି ଭକ୍ଷକ ହୋଇବ

କାହା ଆଗେ ଅଭିଯୋଗ କରିବ ?

ସତ ଯଦି ମିଛ ମିଛ ଯଦି ସତ

ଧର୍ମରକ୍ଷା ତେବେ କେମିତି ହେବ

ଦୋଷ କରି ଦୋଷୀ ଛାଡ ପାଇଗଲେ

ଦୋଷ କରିବାକୁ କିଏ ଡରିବ??

ଯେଉଁ ବନ୍ଧୁ ପ୍ରାଣ ଦେବ କହୁଥିଲା

ସିଏ ଯଦି ପ୍ରାଣ ନେବା ଚାହିଁବ

ମାନ କି ନ ମାନ ଏ ଦୁର୍ଦ୍ଦିନ କାଳେ

ମରଣ ବାସ୍ତବ ବନ୍ଧୁ ହୋଇବ

ଚିତ୍ତରଞ୍ଜନ ଲେଙ୍କା,କଟକ


Rate this content
Log in