ବାରମାସୀ ଗେଣ୍ଡୁ
ବାରମାସୀ ଗେଣ୍ଡୁ
ସ୍ୱତନ୍ତ୍ରତା!!
ଆଉ କଣ ଅଛି?
ବାଳୁତ ଜ୍ଞାନୀ ଏଠି
ବୟସ୍କ ମୂର୍ଖ ହେଉଛି ।
କଅଁଳା ବାଛୁରୀ
ମୁହୂର୍ତ୍ତକରେ କୁଦି ଯାଏ
ଅଧୁନିକବାଦ ଦ୍ୱାହି ଦେଇ
ଶୈଶବ ଆଜି ମୁକ୍ତ ହୁଏ ।
ଚର୍ତୁର୍ବଗ ଆଶ୍ରମ
ଲାଗେ କଥା ପୁରାତନ
ବାଲ୍ୟେ ଯୌବନ ଅଛି
ଅବା ବାର୍ଦ୍ଧକ୍ୟ କାମ ସନ୍ଧାନ ।
ଅବସରେ ଖୋଜେ ନୂତନ କର୍ମ
ବାଳୁତେ ଚେଷ୍ଟା ହୁଏ ରୋଜଗାର
କର୍ମକ୍ଷମ ଖୋଜେ ଅବସର ହାଏ
ବୟସେ ନାହିଁ ବାଛ ବିଚାର ।
ନାରୀ ନର ସାଜି ଉଗ୍ରରୂପ ନିଏ
ନର ସାଜେ ନାରୀ ଉଦର ଜ୍ଵାଳାରେ
ପରିବାରେ ସୁଖ ଧନର ଅଧୀନ
ଧର୍ମ ଆଜି ନୁହେଁ ଜୀବନ ପ୍ରମାଣ ।
ପ୍ରକୃତି ବୟସ କିଛି ସୀମା ନାହିଁ
ସବୁ ଏଠି ହୁଏ କ୍ଷଣକେ ଆନ
ମିଳିଥାଏ ସବୁ ସବୁବେଳେ ଦେଖ
ସ୍ଵତନ୍ତ୍ର ନାହି କାହାର ସ୍ଥାନ ।