Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Romance

4  

Panchanan Jena

Romance

ବାରମାସୀ ଆଶା

ବାରମାସୀ ଆଶା

1 min
5



ଫଗୁଣରେ ଫଗୁ ଅବିର ନ ହେଲ ନାହିଁ

ମନ ଦର୍ପଣରେ ଛିଟଶାଢୀ ପିନ୍ଧା

ଚେହେରାଟା ନିତି ଦିଶୁଥାଉ


ଚୈତ୍ରରେ ଚୋରା ଚଇତାଳି ନ ହେଲ ନାହିଁ

ମନ କାନ୍ଥ ଦେହେ ରଙ୍ଗ ରୋଷଣୀର

ଚିତ୍ରପଟ ଖତେଇ ହେଉଥାଉ


ବୈଶାଖରେ ଝାଞ୍ଜି ବୟାର ନ ହେଲ ନାହିଁ

ମନ ଦୀପାଳିରେ ପ୍ରେମ ସଳିତାଟି

ମିଞ୍ଜି ମିଞ୍ଜି ଜଳୁଥାଉ


ଜ୍ୟେଷ୍ଠରେ କାମନା ଜୁଆର ନ ହେଲ ନାହିଁ

ମନ ଉପକୂଳେ ସ୍ନେହ ଭର୍ମିମାଳା

ଅହରହ ଚୁମୁଥାଉ


ଆଶାଢରେ ଆଶା ଆଶ୍ଵାସନା ନ ହେଲ ନାହିଁ

ମନପବନ ନୈକାରେ ବସି ବରଷା ଭିଜା

ଦୃଶ୍ୟପଟ ଦୃଶ୍ୟମାନ ହେଉଥାଉ


ଶ୍ରାବଣରେ ତରୁଣ ବରୁଣ ନ ହେଲ ନାହିଁ

ମନ ମଉସୁମୀ ପୁରୁବ ଦିଗରୁ

ସୁଲୁସୁଲୁ ବହୁଥାଉ


ଭାଦ୍ରବରେ ଭାବନା କାମନା ନ ହେଲ ନାହିଁ

ମନ ଜହ୍ନିଫୁଲ ପ୍ରୀତି ସଞ୍ଜବେଳେ

ମାଳମାଳ ଫୁଟୁଥାଉ


ଆଶ୍ଵିନରେ କାଚକେନ୍ଦୁ ଇନ୍ଦୁ ନ ହେଲ ନାହିଁ

ମନ ତଡ଼ାଗରେ ପ୍ରୀୟ ନୀଳକଇଁ

ଫୁଟି ହସୁଆଉ


କାର୍ତ୍ତିକରେ ପଞ୍ଚୁକ ତିଳକ ନ ହେଲ ନାହିଁ

ମନ ଚଉରାରେ ତୁଳସୀ ଦୟଣା

ନିତି ପାଉଥାଉ


ମାର୍ଗଶିରେ ଲକ୍ଷ୍ମୀପାଦ ନ ହେଲ ନାହିଁ

ମନ ଗୁରୁବାରେ ମାଣବସା ବ୍ରତ

ଗୁଣୁଗୁଣୁ ଶୁଭୁଥାଉ


ପୌଷରେ ରଙ୍ଗିନ ମଫଲର ନ ହେଲ ନାହିଁ

ମନ ଚାଦରରେ ଶୀତ ସକାଳରେ

ବୁଲା ଚଲା ଚାଲିଥାଉ


ମାଘରେ ବାଘ-ଫାଘ ନ ହେଲ ନାହିଁ

ମନ ସିନ୍ଦୁକରେ ତାଲା ଝୁଲି ଝୁଲି

ବାରମାସୀ ଆଶା ପଦ୍ମତୋଳା ଗାଉ ।।


Rate this content
Log in

Similar oriya poem from Romance