ବାପାଙ୍କ ମାଟି ଘର (କାଦମ୍ବରୀ ମହାଖୁଡ଼)
ବାପାଙ୍କ ମାଟି ଘର (କାଦମ୍ବରୀ ମହାଖୁଡ଼)
ଶୂନ୍ୟତାର ହୃଦୟରେ
ପୂର୍ଣ୍ଣତାର ସ୍ନେହ ବୋଳା ଘରଟି
ପରିଶ୍ରମର ଝାଳରେ
ଘୋଡାଇ ରଖେ ଆଶାର ଛପରଟି ।।
ଏ ବାପାଙ୍କ ତିଆରି ମାଟି ଘରଟି
ବର୍ଷା ବିତ୍ପାତ କୁ ନଥାଏ ଡର
ମାଟିରେ ତିଆରି ବାରଣ୍ଡା ତାର
ମାଟି ଇଟା ସାଥେ କାନ୍ଥ ମାଟିର
ଚିକ୍କଣ ଦିଶେକି ଲିପି ଗୋବର
ଏ ବାପାଙ୍କ ତିଆରି ମାଟିର ଘର ।।
କମ ରୋଜଗାରେ
ମେଞ୍ଚାଏ ଖୁସି
କମ ଜାଗାରେ
ଖାଉ ଏକାଠି ବସି ।।
ଆଉ ନାହିଁ ଏଠି ମାଟିର ଘର
ନାହିଁ ତା ବାସ୍ନା
ନାହିଁ ଜହ୍ନର ଅଗଣା
ନାହିଁ ହେନା ର ବାସ୍ନା
ମାଟି ଘରେ ଥାଏ
ଆଶାର କିରଣ ସ୍ନେହର ବାସ୍ନା ।।
ଏ ମାଟି ଘର
ସ୍ୱାଭିମାନ ଯେତେ
ମୋ ବାପାଙ୍କର
ସେ ସନ୍ତାନ କୁହନ୍ତି
ମାଟି ଘରର ।।
ସତେ ମାଟିଘର ନୁହେଁ
ଶାନ୍ତି ହୃଦୟ ପୂର୍ଣ୍ଣତାର
ଏ ବାପା ଙ୍କ ତିଆରି ମାଟିର ଘର
