STORYMIRROR

Manaswinee Dash

Inspirational

3  

Manaswinee Dash

Inspirational

ବାପା

ବାପା

1 min
123


ସବୁ ପିଲା ପାଇଁ ବାପା ଶବ୍ଦ ଅମୂଲ୍ଯ, 

ପିଲାର ଇଚ୍ଛା ପୂରଣ ପାଇଁ, 

ବାପା କିଛି ବି କରିବାକୁ ପଛାନ୍ତି ନାହିଁ, 

ବାପା ନୁହଁନ୍ତି କାହାର ତୁଲ୍ଯ, 

ବାପା ସଦା ଅମୂଲ୍ଯ। 


ଖାଲି ଜନ୍ମ କଲା ବ୍ଯକ୍ତି ବାପା, 

ଜିଏ ଜୀବନରେ ବାପାଙ୍କ କର୍ତ୍ତବ୍ଯ କରେ, 

ଅନ୍ୟ ସଂପର୍କ ସମ୍ବୋଧନ କଲେ ବି ସିଏ ବି ବାପା, 

ଏମିତି ଖୁବ୍ କମ୍ ଲୋକ ଆସନ୍ତି ଜୀବନରେ। 


ପିଲାଦିନେ ବାପା ବନନ୍ତି ପଥିକ, 

ପାଠପଢାରେ ହୁଅନ୍ତି ଗୁରୁ, 

କେତେ ବେଳେ ସେ ସାଜ ନ୍ତି ସାନ୍ଗ,

ତ କେତେବେଳେ ସିଏ ବାପା କଠୋର। 


କେତେବେଳେ କଠିଣ ପାଷାଣ, 

ତ କେବେ ନମନୀୟ ଲବଣୀ, 

ବାପାଙ୍କ ସ୍ଥାନ ଜୀବନରେ

କିଏ ନେଇପାରିବେ ନି। 

ଆହେ ଜଗନ୍ନାଥ, 

ତୁମ ପାଖେ ମୁଁ ନତ, 

ମୋ ବାପାଙ୍କୁ ରଖ ଖୁସିରେ, 

ସବୁଦିନ ରହେ ମୁଁ ତାଙ୍କରି ଛାୟାରେ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational