STORYMIRROR

DR PRASANTA KUMAR BISWAL

Inspirational Children

3  

DR PRASANTA KUMAR BISWAL

Inspirational Children

ବାପା

ବାପା

1 min
155


ବାପା ,

ମୋ ହୃଦର ସ୍ପନ୍ଦନ

ମୋ କପାଳେ ଚନ୍ଦନ

ମୋ ଜୀବନ ଝୁଲଣା

ମୋ ସୁଖର ଅଗଣା

ମୋ ଲାଗି ସକାଳ ସୂର୍ଯ୍ୟର ଚମକ

ମୋ ଲାଗି ମଳୟର ମଧୁ ମହକ 

ମୋ ମଥାର ଗୌରବ ଟିକା

ମୋ ଜଞାଳର ଜୀବନ ନୌକା

ବାପା ବିନା ଜୀବନ ଅଧୁରା

ମୋ ଜୀବନ ସଙ୍ଗୀତ ସବୁ ବେସୁରା ।


ବାପା,

ଆକାଶ ଠାରୁ ବିଶାଳ,

ଉପରେ ଠାଣ ମାତ୍ର

ପଇଡ ପାଣି ପରି ମଧୁର ।

ମୋ ବିଶ୍ବାସ ର ପାହାଡ,

ଉପରେ ଭାରି ଦୃଢ କିନ୍ତୁ

ପୃଥିବୀ ପରି ଉଦାର ।


ବାପା,

ମୋ ଆଖିର ଆଲୋକ

ଅମଡାବାଟର ପଥପ୍ରଦର୍ଶକ 

ମୋ ଆନନ୍ଦର ନାୟକ

ମୋ ଉଠରେ ଫଗୁଣ ଜହ୍ନଲାଗି

ଅନନ୍ତ ଦୁଃଖକୁ ପିଅନ୍ତି ଜୀବନଯାକ

ବାପା ଥିଲା ପୁଅ ସଭାର ହାରେନା

ଭାଗ୍ୟବାନ ସଦା ସିଏ

ବାପାଙ୍କ ଆଶୀଷେ ସଦା ସୁଖ ମିଳେ

ବାପାଙ୍କୁ ଯିଏ ସୁଖ ଦିଏ ।


ପିଣ୍ଡରେ ପରାଣ ଥିବ ଯେତେ ଦିନ

ଶୁଝି ନପାରିବ ଋଣ

ଅବିଚାର କେବେ କରିବାନି ଜମା

ପୂଜିବା ସଦା ଚରଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational