STORYMIRROR

Sambit Srikumar

Inspirational Others Children

3  

Sambit Srikumar

Inspirational Others Children

ବାପା

ବାପା

1 min
248


ଓଷ୍ଠଧାରେ ଫୁଟୁଥାଏ ସଦା ସ୍ମିତହାସ,

ଦୁଃଖ ଦୁର୍ଦ୍ଦିନରେ ତୁମେ ନ ହୁଅ ଉଦାସ l


ସତ୍ କର୍ମେ ତୁମର ଅଖଣ୍ଡ ବିଶ୍ୱାସ

ଆମ ଲାଗି ଅସୀମ ପ୍ରେରଣାର ଉତ୍ସ l


ତୁମ ପାଶେ ଊଣା ସବୁ ଶବ୍ଦ କୋଷ!!

ସୁଶୋଭିତ ସାବଜା ଶ୍ୟାମଳ ବଟବୃକ୍ଷ l


ସୁରକ୍ଷାର ଅଭେଦ୍ୟ ଅଟଳ କବଚ

ତୁମ ଆଗେ ଏଇ ଆକାଶ ଅନୁଚ୍ଚ l


ତୁମ ମନ ସ୍ପଟିକ ପରାଏ ସ୍ଵଚ୍ଛ

ତୁମ ବିନା ଏ ଜୀବନ ନିରର୍ଥକ ତୁଚ୍ଛ !!


ଗିରିରାଜ ହିମାଳୟ ସମ ଉତ୍ତୁଙ୍ଗ ବ୍ୟକ୍ତିତ୍ବ

ତୁମ ଲାଗି ଆମ ପ୍ରତିଷ୍ଠା ଅସ୍ମିତା ଅସ୍ତିତ୍ବ l


ତବ ଆଶିଷେ ହୋଇଛୁ ପଞ୍ଚଭୂତରୁ ମଣିଷ

ପିତା ଧର୍ମ ପିତା ସ୍ବର୍ଗ ପିତା ହିଁ ପରମ ପୁରୁଷ l


ତୁମ୍ଭ ଚରଣ ଯୁଗଳେ ସଦା ନତ ଅମ ଶୀର୍ଷ !!



Rate this content
Log in

Similar oriya poem from Inspirational