Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics

3  

Suresh chandra Padhy

Classics

ବାପା

ବାପା

1 min
139



ବାପା ତୁମେ ହିଁ ଆମକୁ ଦୁନିଆକୁ ଆଣିଅଛ

ତୁମେ ଏ ଦୁନିଆକୁ ଆମକୁ ଦେଖାଇ ଅଛ

ତୁମ ପାଇଁ ଆଜି ଆମେ ଶାନ୍ତିରେ ରହିଛୁ

ତୁମ ପାଇଁ ସବୁ ଦୁଃଖ କଷ୍ଟ ଭୁଲି ଯାଇଛୁ

ତୁମେ ଅଛ ବୋଲି କେବେ କିଛି ସମସ୍ୟା ଆସି ନାହିଁ

ତୁମେ ଅଛ ବୋଲି ପରିବାର ବୋଝ ଆମ ଉପରେ ପଡି ନାହିଁ

ତୁମେ ଏକା ସବୁ କଥା ଆମର ବୁଝୁ ଅଛ

ସବୁ ବେଳେ ନିଜ କଥା ଭୁଲି ଆମ ଦାୟିତ୍ୱ ନେଉ ଅଛ

କେବେ କାହାର କଥା ଶୁଣିଲେ ତୁମେ ବିଚଳିତ ହୁଅ ନାହିଁ

କେବେ ନିଜ ଅସୁବିଧା ଆମକୁ କୁହ ନାହିଁ

ତୁମେ ଆମ ପାଖେ ପାଖେ ସଦା ସର୍ବଦା ରହି ଅଛ

ନିଜେ ଖରା ବର୍ଷା ଶୀତ ସହି ଆମ ପାଇଁ କେତେ କାମ କରି ଅଛ

କେବେ କିଛି ଅଭାବ ହେବାକୁ ତୁମେ ଦେଇନ

କେବେ କଷ୍ଟ ସହି ସହି ନିଜ କଷ୍ଟକୁ ଆମକୁ କହିନ

ଆମ ମୁହଁରେ ହସ ଫୁଟାଇ ନିଜ କଥା କେବେ ଭାବି ନାହଁ

ଆମକୁ ଭଲରେ ରଖିବାକୁ ନିଜ ସୁଖ କେବେ ଚାହିଁ ନାହଁ

ତୁମେ ଅଛ ବୋଲି ଆମେ ଆଜି ଖୁସିରେ ରହିଛୁ

ତୁମେ ଆକଟ କର ବୋଲି ନୀତି ନିୟମରେ ରହିଛୁ

ତୁମ ଟାଣ କଥା କଷ୍ଟ ଦେଲେ ବି ଆମର ମଙ୍ଗଳ କରେ

ତୁମ ଆଦର୍ଶ ଆମକୁ ଭଲ ମଣିଷ କରି ଗଢି ତୋଳେ

ଯାହାର ବାପା ଅଛି ସେ ବହୁତ ଖୁସିରେ ଅଛି

ବାପା ନଥିବା ମଣିଷ ନିଜେ କେତେ କଷ୍ଟ ସହି ପରିବାର ପୋଷୁଛି

ବାପା ତୁମେ ସଦା ସୁସ୍ଥ ହୋଇ ଆମ ପାଖେ ରହି ଥାଅ

ତୁମ ଦିବ୍ୟ ବଚନରେ ଆମକୁ ଜୀବନରେ ସୁପଥ ଦେଖାଅ ।



Rate this content
Log in

Similar oriya poem from Classics