STORYMIRROR

Kunjabihari Rout

Inspirational

3  

Kunjabihari Rout

Inspirational

ବାପା

ବାପା

1 min
194

ବିଶ୍ୱାସର ଛାତଟିଏ

ଧୈର୍ଯ୍ୟର ବନ୍ଧଟିଏ

ନୀଳ ଦିଗବଳୟର ଆଶାର କିରଣଟିଏ

ଘରର ମଝିଖୁଣ୍ଟଟିଏ

ଦିକ୍ ଦିକ୍ ଜଳି ଆଲୁଅ ଦେଉଥିବା ଦୀପଟିଏ

ସାହସର ପ୍ରତୀକଟିଏ........

ବାପା, ଆଶାର ଆଲୋକଟିଏ

ନିର୍ଭୟର ସାଥୀଟିଏ

ଅଭାବ ଅସୁବିଧାର ବନ୍ଧୁଟିଏ

ଜୀବନ ଜିଇବାର କଳାଟିଏ

ସତ୍ ରାସ୍ତାର ଆଲୋକଟିଏ

ଅମଡା ବାଟରୁ ଫେରାଇ ଆଣୁଥିବା

            ବନ୍ଧୁଟିଏ.......

ବାପା,  ସବୁ ଚରିତ୍ରର ନିଖୁଣ ଚରିତ୍ରଟିଏ

ଜୀବନକୁ ଆଙ୍କିପାରିଥିବା ଚିତ୍ରକରଟିଏ

ମନରେ ରେଖାପାତ କରୁଥିବା ମୂର୍ତ୍ତିଟିଏ

ଅଭିଜ୍ଞତାର ଚଳନ୍ତି ମହାଦ୍ରୁମଟିଏ

ଜୀବନ ସଂଘର୍ଷରୁ ଉତୁରିଥିବା ବ୍ୟକ୍ତିଟିଏ

ଅଛିଣ୍ଡା ଗଣିତର ସରଳ ସୂତ୍ରଟିଏ.........

ବାପା,  ଆତ୍ମବିଶ୍ୱାସର ପ୍ରତିଛବିଟିଏ

ଭବିଷ୍ୟତକୁ ଦିଗଦର୍ଶନ ଦେଉଥିବା ବ୍ୟକ୍ତିଟିଏ

ସଫଳ ଓ କର୍ତ୍ତବ୍ୟବୋଧର ପ୍ରତୀକଟିଏ

ସମୟକୁ ପରଖିଥିବା ମଣିଷଟିଏ

ଆଶା ଓ ଆକାଂକ୍ଷାର ମୂର୍ତ୍ତିଟିଏ

ସେ ମୋ ବାପା, ତାଙ୍କ ପରି ପୁଣି ଆଉ କିଏ ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational