STORYMIRROR

Ch Loknath Reddy

Inspirational Others Children

3  

Ch Loknath Reddy

Inspirational Others Children

ବାପା

ବାପା

1 min
219


ବିକିଦେଲ ଆଜି ସୌଦା କରି ବାପା ,ଶାଶୁ ଘରକୁ ଯେ' ମୋତେ,

କେତେ ବୋଝ ତୁମ ହୋଇଗଲି ବାପା, ତଡ଼ିଲ ଆଉ କା' ସାଥେ।।

କୁନି ଥିଲାବେଳେ କାନ୍ଦୁଥିଲେ କେବେ, କୋଳେଇଛ କେତେ ଥର,

ଆଜି ଅଶ୍ରୁଧାର ପିଏ ଓଠ ମୋର,ପଡୁନି କାନେ ତୁମର।।

ନୟନ ତାରା ମୁଁ ଦୁଃଖର ପାସୋରା, ସଦା କହୁଥିଲ କେତେ,

ବିକିଦେଲ ଆଜି ସୌଦା କରି ବାପା , ଶାଶୁ ଘରକୁ ଯେ' ମୋତେ।।

ଝିଅ ମୋ' ଜୀବନ ଝିଅ ମୋ' ସପନ, କହୁଥିଲ କେତେ କଥା,

ଆଜି ସେହି ଝିଅ ତୁମ ପାଇଁ ବାପା, ହୋଇଲା ମୁଣ୍ଡର ବ୍ୟଥା।।

ବୁଲୁଥିଲ ଧରି ହାତକୁ ମୋହର,କ୍ଷଣେବି ଛାଡ଼ିନ କେବେ,

ଆଉ କି' ଧରିବ ହାତକୁ ମୋହର, ପର କରିଦେଲ ଏବେ।।

ବାପା ବାପା ବୋଲି କେତେ ମୁଁ ଡାକୁଛି, ତିଳେବି ଚାହୁଁନ ମୋତେ,

କେତେ ବୋଝ ତୁମ ହୋଇଗଲି ବାପା, ତଡ଼ିଲ ଆଉ କା' ସାଥେ।।

ଚାଲିଯିବି ଆଜି ମୋ' ଶାଶୁଘରକୁ, ଝିଅ ବୋଝ କମିଯିବ,

ଭୁଲିଯାଇ ବାପା ଝିଅ କଥା ତୁମ, ସର୍ବଦା ଖୁସିରେ ଥିବ।।


Rate this content
Log in

Similar oriya poem from Inspirational