STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ବାପା ଯୋଗ ଓ ପରାଗ

ବାପା ଯୋଗ ଓ ପରାଗ

1 min
18

ବାପା ଥିଲେ ଅନ୍ଧାର ରାତିରେ

 ଦେଖାଯାନ୍ତି ଜହ୍ନ 

ବିଜ୍ଞାନୀ କହନ୍ତି ଜହ୍ନର ଛାଇରେ 

ଆଜି ହୋଇଛି ପରାଗ 

ବାପା ଥିଲେ ଉଦାସୀ ଆଖିକୁ ଚାହିଁ 

ଦେଇଥାନ୍ତି କେତେ ଉପଦେଶ 

ବାପା ଥିଲେ କହିଥାନ୍ତେ 

ନିରୋଗ ରହିବା ପାଇଁ ଯୋଗ ହିଁ ସମ୍ପଦ 

ବାପା ଥିଲେ ଜୀବନଟା

 ଲାଗେ ନାହିଁ ବୋଝ 

ଜୀବନରେ ଆସେନାହିଁ କେବେହେଁ ପରାଗ 

ବାପା ଥିଲେ ଅବୁଝା ଆଖିରେ 

ନଥାଏ ବି ପ୍ରଶ୍ନ 

ବୁଝାଇ କହନ୍ତି ସଂଯମତା କର୍ମ କୁଶଳତା 

ଏକମାତ୍ର ପଥ

 ଜୀବନଚର୍ଯ୍ୟାରେ ଯଦି ଥାଏ

 ଅଭ୍ୟାସର ଯୋଗ 

ବାପା ଥିଲେ ଦାମୀ ଲାଗେ ନାହିଁ 

ପୃଥିବୀର କୌଣସି ଦରବ 

କହିଲେ ତୋଳି ଦିଅନ୍ତି 

ଆକାଶ ଛାତିରେ ଚଢି ଏକମାତ୍ର ଚାନ୍ଦ 

ବାପା ଥିଲେ ବୁଝିବାକୁ ପଡ଼ିନଥାନ୍ତା 

କାହିଁକି ଯୋଗ ଓ ହୁଏ କାହିଁକି ପରାଗ 

ବାପା ଥିଲେ ରହିନଥାଆନ୍ତା କରୋନାର ଭୟ

ଯୋଗ କରି ସୁସ୍ଥ ରଖ

ମନ ଓ ଶରୀର ନିରାମୟ 

ଆଜି ସୂର୍ଯ୍ୟନମସ୍କାର କରି କହିଥାନ୍ତେ ନିଶ୍ଚୟ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational