ବାପା ଯୋଗ ଓ ପରାଗ
ବାପା ଯୋଗ ଓ ପରାଗ


ବାପା ଥିଲେ ଅନ୍ଧାର ରାତିରେ
ଦେଖାଯାନ୍ତି ଜହ୍ନ
ବିଜ୍ଞାନୀ କହନ୍ତି ଜହ୍ନର ଛାଇରେ
ଆଜି ହୋଇଛି ପରାଗ
ବାପା ଥିଲେ ଉଦାସୀ ଆଖିକୁ ଚାହିଁ
ଦେଇଥାନ୍ତି କେତେ ଉପଦେଶ
ବାପା ଥିଲେ କହିଥାନ୍ତେ
ନିରୋଗ ରହିବା ପାଇଁ ଯୋଗ ହିଁ ସମ୍ପଦ
ବାପା ଥିଲେ ଜୀବନଟା
ଲାଗେ ନାହିଁ ବୋଝ
ଜୀବନରେ ଆସେନାହିଁ କେବେହେଁ ପରାଗ
ବାପା ଥିଲେ ଅବୁଝା ଆଖିରେ
ନଥାଏ ବି ପ୍ରଶ୍ନ
ବୁଝାଇ କହନ୍ତି ସଂଯମତା କର୍ମ କୁଶଳତା
ଏକମାତ୍ର ପଥ
ଜୀବନଚର୍ଯ୍ୟାରେ ଯଦି ଥାଏ
ଅଭ୍ୟାସର ଯୋଗ
ବାପା ଥିଲେ ଦାମୀ ଲାଗେ ନାହିଁ
ପୃଥିବୀର କୌଣସି ଦରବ
କହିଲେ ତୋଳି ଦିଅନ୍ତି
ଆକାଶ ଛାତିରେ ଚଢି ଏକମାତ୍ର ଚାନ୍ଦ
ବାପା ଥିଲେ ବୁଝିବାକୁ ପଡ଼ିନଥାନ୍ତା
କାହିଁକି ଯୋଗ ଓ ହୁଏ କାହିଁକି ପରାଗ
ବାପା ଥିଲେ ରହିନଥାଆନ୍ତା କରୋନାର ଭୟ
ଯୋଗ କରି ସୁସ୍ଥ ରଖ
ମନ ଓ ଶରୀର ନିରାମୟ
ଆଜି ସୂର୍ଯ୍ୟନମସ୍କାର କରି କହିଥାନ୍ତେ ନିଶ୍ଚୟ.