STORYMIRROR

Santanu Bisoi

Abstract

2  

Santanu Bisoi

Abstract

"ବାନ୍ଧବି।"

"ବାନ୍ଧବି।"

1 min
148

ବନ୍ଧବି ଗୋ ତୁମେ ପହିଲି ବସନ୍ତ

ଆମ୍ର ବକୁଳର ନବ ମୁକୁଳ

ଆଉ କା' ଜୀବନେ କୁହୁ କୁହୁ ତାନେ

ବାନ୍ଧିବନି କେବେ ପ୍ରେମ ଶୃଙ୍ଖଳ


ବାନ୍ଧବୀ ଗୋ ତୁମେ ସଜଫୁଟା ମଲ୍ଲୀ

ମନ ଉପବନେ ମହକ ନିତି,

ଏତେ ତିବ୍ରତରେ ବିସରି ଯାଉଛ 

ତୋଳିନେବ କିଏ ଲାଗଇ ଭିତି


ବାନ୍ଧବୀ ଗୋ ତୁମେ ମୋ ମନ ଝରଣା,

ବହିଯାଅ ନେଇ ଆଷାଢ଼ ପ୍ରୀତି

କେଉଁ ସାଗରରେ ମିଶିଯିବ କାଳେ

ଭାବି ଭାବି ଦେହେ ଆସଇ ତାତି


ବାନ୍ଧବୀ ଗୋ ତୁମେ ମୋ ଆକାଶେ ଜହ୍ନ,

ଉଜ୍ଜ୍ୱଳ କରିଛ ଅନେକ ରାତି

ଆଉ କା' ଜୀବନେ ଚାଲି ଗଲେ ତୁମେ

ଘୋଟିବ ମୋ' ମନେ ଅମା'ର ରାତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract