ବାଳିକା ଶିଶୁ
ବାଳିକା ଶିଶୁ
ଶିଶୁ ତ ଶିଶୁ ବାଳିକା ଶିଶୁ
ଦେଶର ଭବିଷ୍ୟତ ଅଟନ୍ତି
ଆଜିର ଶିଶୁ ଆସନ୍ତା କାଲିର
ନାଗରିକ ସମସ୍ତେ ହୁଅନ୍ତି l
କଲେ ଯତନ ହେବ ରତନ
ଯେତେ ରତ୍ନ ଠାରୁ ମୂଲ୍ୟବାନ,
ଶାମୁକା ଭିତରେ ମୋତି ପରି
କୋଇଲାରେ ହୀରାର ସନ୍ଧାନ l
ସେ ପରା ଗୃହର ଗୃହ ଲଷ୍ମୀ
ତା' ବିନା ଲାଗେ ସବୁ ଶ୍ରୀହୀନ ,
ଆକାଶେ ଚାନ୍ଦ ଦିଶିଲା ପରି
ଅମାବାସ୍ୟାରେ ଦିଶେ ମଳିନ l
କେଉଁ ଜନ୍ମେ ପୂଣ୍ୟ କରିଥିଲେ
ଭାଗ୍ୟରେ ମିଳେ ଏହି ସନ୍ତାନ,
ପିତା ମାତା ଯେ ଧନ୍ୟ ହୁଅନ୍ତି
ସାର୍ଥକ ହୁଏ ତାଙ୍କ ଜୀବନ l
ସରକାରଙ୍କ ଯେତେ ଯୋଜନା
ସବୁ ଶିଶୁଙ୍କ ଉନ୍ନତି ପାଇଁ,
ପରି , ଗେଲ୍ହା ଝିଅ , ସୁକନ୍ୟା ଯେ
ସବୁ କାର୍ଯକାରୀ ଅଛି ହୋଇ l
