STORYMIRROR

Gitanjali Pujapanda

Inspirational

3  

Gitanjali Pujapanda

Inspirational

ବାଲି ତୃତୀୟା

ବାଲି ତୃତୀୟା

1 min
330


ମା ପାର୍ବତୀ ଦେଵ ଦେଵ ମହାଦେବଙ୍କର କୋଟି

କୋଟି ବର୍ଷ ଆରାଧନା ପରେ ତାଙ୍କୁ ସଦା ଶିବ ସ୍ତ୍ରୀ ରୂପେ

ନେଇଥିଲେ ବରି।

ଏକ ଗୁମ୍ଫାରେ ବାଲିରେ ଶିବ ଲିଙ୍ଗ କରି ମାତା ଶହେ ଆଠ

ବେଲ ପତ୍ର ଦେଲେ ଚଢେଇ, ଓଁ ନମଃ ଶିବାୟ ମନ୍ତ୍ରକୁ ଗାଇ।

ଓଡିଶାରେ ଏହା ଦିନଟି ବାଲି ତୃତୀୟା, ହେଲେ

ଭାରତର ସବୁ ରାଜ୍ୟରେ ତିଜ ନାମେ ଖ୍ୟାତ।

ଝିଅଟି ଏ ଦିନ ଶିବ,ପରି ସୁନ୍ଦର ବର ମିଳିବା

ପାଇଁ କରେ ଉପବାସ ଆଉ ନିର୍ଜଳ ବ୍ରତ ।

ଆଉ ସଧବା ନାରୀ, ତା ଇହ କାଳ ପର କାଳର ଦେବତା

ପତି ପରମେଶ୍ୱରଙ୍କର ଭଲ ସ୍ୱାସ୍ଥ୍ୟ ଆଉ ଲମ୍ବା

ଆୟୁଷ ପାଇଁ କରେ ବାଲି ତୃତୀୟା , ହରିତାଳିକା ବ୍ରତ

ମାଆ ପାର୍ବତୀ ଯେମିତି ଶିବଙ୍କୁ ବରିବା ପାଇଁ

କରିଥିଲେ , ଜପ, ତପ, ବ୍ରତ ନିର୍ଜଳ ନିରାହାର ରହି

ସେହିପରି , ନାରୀମାନେ ଏ ବ୍ରତ କରନ୍ତି ସ୍ୱାମୀର ମଂଗଳ ପାଇଁ। 

ସନ୍ଧ୍ୟା ସମୟରେ ସ୍ନାନଶୌଚ ହେବ ନୂଆ ବସ୍ତ୍ରପିନ୍ଧି

ନଇବାଲିରେ କରି ଶିବ ଲିଙ୍ଗ, ଦେଵ ଚନ୍ଦନ, କର୍ପୂର

ଥୋଇବ ଶହେ ଆଠେ ବେଲ ପତ୍ର ଦୁଦୁରା, ଚମ୍ପା, କନିଆର

ମନ୍ଦାର, ପୂଜିବ ପାର୍ବତୀହର।

ଦେଇ ଧୂପ ଦୀପ ନୈବେଦ୍ୟ ଖାଇଣ ପ୍ରସାଦ ନିର୍ଜଳ ଭାଙ୍ଗିବ ,ପତିର 

ମଂଗଳ ମନାସିବ ଶୁଣିବେ ହର ପାର୍ବତୀ କରୁଥିବେ ଆଶୀର୍ବାଦ ନିତି।

ବାଲିରେ ଶିବ ଲିଙ୍ଗ ଯେହେତୁ ଏହା ନାମ "ବାଲିତୃତୀୟା" ସେହେତୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational