Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Inspirational

4  

Kunja Bihari Dalai

Inspirational

ବାଇମୁଣ୍ଡିର କଟକ ଚିନ୍ତା

ବାଇମୁଣ୍ଡିର କଟକ ଚିନ୍ତା

1 min
1.0K



ରାଜା ମରକତ କେଶରୀ ଛାମୁରେ

ଯୋଡ ହସ୍ତେ ହେଲା ଠିଆ ,

ଅଶୀ ବରଷର ବାଇମୁଣ୍ଡି ସେତ

ଦମ୍ଭ କରି ନିଜ ହିଆ ।


ଶୁଣନ୍ତୁ ମଣିମା କ୍ଷୁଦ୍ର ଚାଷୀ ମୁହିଁ

ବିଡାନାସୀ କଟକର ,

କାଠଯୋଡ଼ି ବନ୍ୟା ଦାଉ ସାଧୁଅଛି

ନଦୀ କୂଳ ଚାଷୀଙ୍କର ।


ଯେତେ ଦିନ ଆଉ ରହିଛି ସଂସାରେ

ଘାରୁଛି କଟକ ଚିନ୍ତା ,

ପ୍ରତିକାର ଯେବେ ଏବେଠୁଁ ନହେବ

ଆଗକୁ ହେବୁ ହିନସ୍ତା ।


ରହିବନି ଚିହ୍ନ ମାନଚିତ୍ରେ ଛାମୁ

ଭବିଷ୍ୟତେ କଟକର ,

ଗୁହାରି କରୁଛି ପଥର ବନ୍ଧଟେ

ହେଉ ନଦୀ ତଟ ପର ।


ମୋ ପାଖରେ ଥିବା ଯତ୍କିଞ୍ଚିତ ଅର୍ଥ

ଦେଉଅଛି ଶ୍ରୀଛାମୁରେ ,

ଘେନା ହେଉ ଆଜ୍ଞା ମୋର ସ୍ଵଳ୍ପ ଧନ

ଲାଗୁ ପ୍ରଜାଙ୍କ ହିତରେ ।


ପ୍ରଜାକୂଳ ହିତ ପାଇଁ ବାଇମୁଣ୍ଡି

କରୁଅଛି ଏତେ ଚିନ୍ତା ,

ସ୍ତମ୍ଭିଭୂତ ରାଜା ଦିଅନ୍ତି ବଚନ

କରିବି ନିଶ୍ଚେ ବ୍ୟବସ୍ଥା ।


ମଣିମା ଆଦେଶେ ନଦୀ କୂଳେ କୂଳେ

ହୋଇଲା ବନ୍ଧ ନିର୍ମାଣ ,

ଓଡ଼ିଶାର ଗର୍ବ ଗୌରବ କଟକ

ଦୁଃଖ ହେଲା ଅବସାନ ।


ବାଇମୁଣ୍ଡି ତୁମ ପାଇଁ ରକ୍ଷାହେଲା

କଟକ ବାସୀଙ୍କ ଦୁଃଖ ,

ତୁମ ଏହି ଦାନ ଭୁଲି ପାରିବେନି

ସାରା ଓଡ଼ିଶାର ଲୋକ ।


Rate this content
Log in

Similar oriya poem from Inspirational