STORYMIRROR

Debaki Behera

Children

3  

Debaki Behera

Children

ବାଇଚଢେଇ

ବାଇଚଢେଇ

1 min
304


ବାଇଚଢେଇରେ ବାଇ ଚଢେଇ

କେଉଁଆଡେ ଯାଉ ଡେଣା ହଲେଇ l

ଟିକିଟିକି ଡେଣା ତୋହର ଅଟେ

ଥକି ପଡ଼ିବୁ ତୁ ନିହାତି ବାଟେ l

ଟିକି ଘରଟି ତୋ ବଡ ସୁନ୍ଦର

ଦେଖିବାକୁ ସତେ କି ମନୋହର l

ଗଛଡାଳଟିରେ ବସାଟି ତୋର

ଦୋହଲୁ ଥାଏ ସେ ଥରକୁ ଥର l

କାଠି କୁଟା ଦେଇ ଅତି ଯତନେ

ବସାଟି ଗଢିଛୁ କେତେ ମଗନେ l

ବାଆ ବତାସକୁ କରୁନା ଭୟ

ହେଉନାହୁଁ କେବେ ତୁହି ଅଥୟ l

ବରଷା ବତାସ ତୁହି ଦେଖିଲେ

ଛୁଆପିଲା ସାଥେ ଲୁଚୁ ତୁ ଭଲେ l

କେଡେ ସୁନ୍ଦରିଆ ବସା ଭିତରେ

ଟିକି ପରିବାର ମନ ଖୁସିରେ l

ରହିଥାଅ ଦେଖି ଆଶ୍ଚର୍ଯ୍ୟ ଲାଗେ

ତୋହର ପ୍ରଶଂସା କରେ ସର୍ବାଗେ l

ତୋ ପରିକି ହୋଇଥାନ୍ତି ମୁହିଁ

ଉଡି ବୁଲୁଥାନ୍ତି ଗଗନେ ଚାହିଁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children