Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debaki Behera

Children

4.0  

Debaki Behera

Children

ବାଇଚଢେଇ

ବାଇଚଢେଇ

1 min
261



ବାଇଚଢେଇରେ ବାଇ ଚଢେଇ

କେଉଁଆଡେ ଯାଉ ଡେଣା ହଲେଇ l

ଟିକିଟିକି ଡେଣା ତୋହର ଅଟେ

ଥକି ପଡ଼ିବୁ ତୁ ନିହାତି ବାଟେ l

ଟିକି ଘରଟି ତୋ ବଡ ସୁନ୍ଦର

ଦେଖିବାକୁ ସତେ କି ମନୋହର l

ଗଛଡାଳଟିରେ ବସାଟି ତୋର

ଦୋହଲୁ ଥାଏ ସେ ଥରକୁ ଥର l

କାଠି କୁଟା ଦେଇ ଅତି ଯତନେ

ବସାଟି ଗଢିଛୁ କେତେ ମଗନେ l

ବାଆ ବତାସକୁ କରୁନା ଭୟ

ହେଉନାହୁଁ କେବେ ତୁହି ଅଥୟ l

ବରଷା ବତାସ ତୁହି ଦେଖିଲେ

ଛୁଆପିଲା ସାଥେ ଲୁଚୁ ତୁ ଭଲେ l

କେଡେ ସୁନ୍ଦରିଆ ବସା ଭିତରେ

ଟିକି ପରିବାର ମନ ଖୁସିରେ l

ରହିଥାଅ ଦେଖି ଆଶ୍ଚର୍ଯ୍ୟ ଲାଗେ

ତୋହର ପ୍ରଶଂସା କରେ ସର୍ବାଗେ l

ତୋ ପରିକି ହୋଇଥାନ୍ତି ମୁହିଁ

ଉଡି ବୁଲୁଥାନ୍ତି ଗଗନେ ଚାହିଁ l



Rate this content
Log in

Similar oriya poem from Children